November 22, 2024
Share

୧-ଆଜିଠୁ ପୁରୀ – ସୁବର୍ଣ୍ଣପୁର ସାପ୍ତାହିକ ଏକ୍ସପ୍ରେସ ନିୟମିତ ଚାଲିବ।

୨-ନୂଆ ଦିଲ୍ଲୀ:ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର।

୩-ଭୁବନେଶ୍ୱର: ଘାତକ ସାଜୁଛି ବଜ୍ରପାତ,୫ ବର୍ଷରେ ୧୪୭୨ ମୃତ।

୪-ପୁରୀ:ପଣା ସଂକ୍ରାନ୍ତି ତିଥିକୁ ନେଇ ପଞ୍ଜିକାରଙ୍କ ଦ୍ବିମତ,୧୨ରେ ଚୂଡାନ୍ତ ନିଷ୍ପତ୍ତି।

୫-ବିଧାନସଭା ଗୃହରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ । ଦାରିଦ୍ର୍ୟ ସୀମାରେଖା ତଳେ ରାଜ୍ୟରେ ରହିଛନ୍ତି ୧୦ ପ୍ରତିଶତ ଲୋକ।

୬-ବୈପାରିଗୁଡା:ଗୁପ୍ତେଶ୍ୱର ଡକ୍ରି ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ, ଡ୍ରାଇଭର ମୃତ।

୭-ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଚକ୍ରଧାରୀ ଚରଣ ସିଂ: ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ।

୮-ପୁରୀ:୫୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ସିଜ୍‌, ଦୁଇ ବେପାରୀଙ୍କୁ ବାନ୍ଧିଲା ପୋଲିସ।

୯-ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା, ପରୀ ପ୍ରସଙ୍ଗରେ ବିଜେପିର କ୍ଷମା ପ୍ରାର୍ଥନା ଦାବିରେ ବିଜେଡିର ଧାରଣା।

୧୦-ରାଉରକେଲାରୁ ରାହୁଲଙ୍କ ଟାର୍ଗେଟ୍ । ଉଭୟ ବିଜେଡି ଓ ବିଜେପିକୁ କଲେ ସମାଲୋଚନା । କହିଲେ, ଓଡିଶାରେ ଚାଲିଛି ସହଭାଗୀ ସରକାର।

୧୧-ପରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ରଖିଲେ ବିବୃତି; କହିଲେ, ବିରୋଧୀ କରୁଛନ୍ତି ହୀନ ରାଜନୀତି।

୧୨-ଅନ୍ଧାରୁଆଠାରେ ଆଇକନିକ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟିତ, ପଢ଼ିବେ ୧୦୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ଛାତ୍ର ଛାତ୍ରୀ।

୧୩-ଛାତ୍ରଛାତ୍ରୀଙ୍କ ସହ ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି।

୧୪-ଶରଦ ପାୱାରଙ୍କ ଦଳର ନୂଆ ନାମ – ଏନସିପି ଶରଦଚନ୍ଦ୍ର ପାୱାର।

୧୫-ତାମିଲନାଡୁର ଓଟାକାମୁଣ୍ଡ ନୀଳଗିରି ଜିଲ୍ଲାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ୫ ଜଣ ମହିଳାଙ୍କ ମୃତ୍ୟୁ ।

୧୬-ନୂଆ ଦିଲ୍ଲୀ: ଶୁକ୍ରବାର ରାତି ୧୧ଟା ୪୫ରୁ ପରଦିନ ସକାଳ ୪ଟା ୧୫ ପର୍ଯ୍ୟନ୍ତ ଦିଲ୍ଲୀ ପିଆରଏସ୍ ସେବା ସାମୟିକ ଭାବେ ବନ୍ଦ ରହିବ।

୧୭-ନୂଆଦିଲ୍ଲୀ:ସଂସଦ ଭବନରେ ‘ତ୍ରୁଟି’ କହିଥିବା ବାସ୍ତୁ ବିଶେଷଜ୍ଞଙ୍କୁ ଗିରଫ କଲା ପୋଲିସ, ୬୫ କୋଟି ଠକେଇ ନେଇ ରହିଛି ମାମଲା।

୧୮-୨୦ ଲକ୍ଷ ଭାରତୀୟଙ୍କୁ କୃତ୍ରିମ ବୁଦ୍ଧିମତା ପ୍ରଶିକ୍ଷଣ ଦେବ ମାଇକ୍ରୋସଫ୍ଟ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏