March 12, 2026

ବଡମାଧପୁର ପାଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ମାରାଥନ ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ

IMG-20260108-WA0108
Share

 

ଛତ୍ରପୁର ତା ୮/୧/୨୬(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ବଡମାଧପୁର ପାଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ହୋଇଯାଇଛି l ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମସ୍ତ ପଦକଳ୍ପକୁ ଉଦଘାଟନ କରିଥିଲେ l ପଞ୍ଚାୟତର ଗୋବା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହକୁ ଉଦଘାଟନ କରିବା ସହ ବଡମାଧପୁରରେ ବଜାର ଗୃହ, ରାଉଳ ସlହି ଗୋଷ୍ଠୀ କେନ୍ଦ୍ର, ଧୀରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଓ ମିଶନଶକ୍ତି ଗୃହକୁ ଉଦଘାଟନ କରିଥିଲେ l ଏହାସହ ୧୦ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏହି ଅବସରରେ ୨୪ ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ୪୫ ଲକ୍ଷ୍ୟ ୫୦ ହଜାର ଟଙ୍କାର ସିଏଲଏଫ୍ ଋଣ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ତଥା ବଡ ମାଧପୁର ସମିତିସଭ୍ୟl ଏସ.ସାରଦା ରେଡି , ସରପଞ୍ଚ ଅର୍ଚନା କୁମାରୀ ସେଠି, ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ.କିଶୋର ଚନ୍ଦ୍ର ରେଡି, ପୂର୍ବତନ ସମିତିସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡି, ସାଂସଦ ପ୍ରତିନିଧି ସନ୍ତୋଷ ରେଡି, ଜ୍ୟୋତି ରଞ୍ଜନ ସାହୁ, ଅଶୋକ ପାଣିଗ୍ରାହୀ, ବଉଳଗାଁ ସମିତିସଭ୍ୟ ରାମଚନ୍ଦ୍ର ପରିଡା, ପୋଟଲମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଶିବଶଙ୍କର ସେଠି, ବାପି ଦାସ, କନିଷ୍ଠ ଯନ୍ତ୍ରୀ ମାନିନୀ ମୁନି, ମିଶନ ଶକ୍ତି ସଂଯୋଜିକା ସିତା ବରାଳ, ମହିଳା ସଂଘ ସଭାପତି ରଶ୍ମିତା ପ୍ରଧାନ, ପିଇଓ ଅଜିତ୍ ମହାରଣା, ମହେଶ୍ୱର ପ୍ରଧାନଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ।