ଗୋଲିଆ ଗ୍ରାମର ଶତାୟୁ ବୃଦ୍ଧଙ୍କ ଦେହାନ୍ତ, ଶୋକର ଛାୟା
ବୁଗୁଡା : ତା ୦୮/୦୧/୨୬ : ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମର ତେଲୁଗୁ ସାହି ନିବାସୀ ବୟୋଜ୍ୟେଷ୍ଠ ଶତାୟୁ ବୃଦ୍ଧ ମହେଶ୍ବର ମହାନ୍ତିଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି। ସେ ୧୦୪ ବର୍ଷରେ ପଦାର୍ପଣ କରିଥିବା ସତ୍ତ୍ୱେ ସାଇକେଲ ଚଳାଇ ଯାତାୟତ କରୁଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରୁଥିଲା। ଏଇ କେତେ ମାସ ହେଲା ସେ ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ଗୁରୁବାର ସକାଳ ପାଞ୍ଚଟା ସମୟରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ତାଙ୍କର ମୃତ୍ଯୁ ଶଯ୍ୟା ନିକଟରେ ପୁଅ ଓ ବୋହୁଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ରହିଥିଲେ। ଗ୍ରାମ୍ଯ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ସେ ଗୋଲିଆ ଗ୍ରାମର ସର୍ବାଧିକ ବୟସ୍କ ଏବଂ ଖୁସି ମିଜାଜର ବ୍ଯକ୍ତି ଥିଲେ। ସେ ଦୀର୍ଘଦିନ ଧରି ବିଭିନ୍ନ ସାମାଜିକ ସଂଗଠନ ସହ ଜଡ଼ିତ ରହି ମାର୍ଗ ଦର୍ଶନ କରିଆସୁଥିଲା ବଳେ ତାଙ୍କୁ ଅନେକ ଭାଷା ଜଣାଥିଲା।
