April 29, 2026

ଲାଞ୍ଜିଗଡ଼ରେ ଷ୍ଟେଟବ୍ୟାଙ୍କ ଏ ଟି ଏମ ଅଚଳ ଆଞ୍ଜିଗା

IMG-20260108-WA0062
Share

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) – ଲାଞ୍ଜିଗଡ଼ ଗ୍ରାମରେ ଷ୍ଟେଟ ବ୍ୟାଙ୍କର ଏ ଟି ଏମ ମେସିନଟି ପ୍ରାୟ ଆଠ ମାସ ହେଲା ଅଚଳ ହୋଇ ପଡିଛି l ଆବଶ୍ୟକ ବେଳେ ଟଙ୍କା ଉଠାଇବାକୁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଲାଞ୍ଜିଗଡ଼ ଷ୍ଟେଟ ବ୍ୟାଙ୍କ ଶାଖl ଲାଞ୍ଜିଗଡ଼ ଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ଯୋଗୁଁ ଲୋକେ ସେଠାକୁ ଯାଇ ଟଙ୍କା ଉଠାଇବାରେ ଅଯଥା ହଇରାଣ ହେଉଛନ୍ତି l ଲାଞ୍ଜିଗଡ଼ରେ ବେଦାନ୍ତ କମ୍ପାନୀର ଆଲୁମିନା ରିଫାଇନେରୀ ପ୍ରକଳ୍ପ ରହିଛି l ତେଣୁ ଏହା ଏକ ଶିଳ୍ପାଞ୍ଚଳ ହୋଇଥିବାରୁ ହଜାର ହଜାର ଲୋକ ଟଙ୍କା କାରବାର ପାଇଁ ବ୍ୟାଙ୍କ ଓ ଏ ଟି ଏମ ନିର୍ଭର କରିଥାନ୍ତି l ଯଦିଓ ଏଠାରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଏକ ଏ ଟି ଏମ ଅଛି, ତାହା ମଧ୍ୟ ଅନେକ ସମୟରେ ଅଚଳ ହୋଇ ପଡୁଛି l ତେଣୁ ସର୍ବସାଧାରଣଙ୍କ ପାଇଁ ଟଙ୍କା ଉଠାଇବା ଏକ ସମସ୍ୟା ହୋଇଛି l

ଏଥିପାଇଁ ଅନେକ ଥର ଅଭିଯୋଗ କରାଗଲାଣି, କିନ୍ତୁ କେହି କର୍ଣ୍ଣପାତ କରୁନାହାନ୍ତି l ସଟର ପଡ଼ିଥିବା ଅଚଳ ଏ ଟି ଏମ ମେସିନକୁ ଜଗିବା ପାଇଁ ଦୁଇଜଣ ସିକ୍ୟୁରିଟି ଗାର୍ଡ଼ ଦିନରାତି ପ୍ରହରା ଦେଇ ମାସ ଶେଷରେ ସେମାନଙ୍କ ପ୍ରାପ୍ୟ ନେଉଛନ୍ତି, ଅଥଚ ଏ ଟି ଏମ କେବେ କାର୍ଯ୍ୟକାରୀ ହେବ ପଚାରିଲେ ସେମାନେ ନିଜର ଅଜ୍ଞତା ପ୍ରକାଶ କରୁଛନ୍ତି l

ତେଣୁ ଶୀଘ୍ର ଏ ଟି ଏମ କୁ କାର୍ଯ୍ୟକ୍ଷମ କରିବା ପାଇଁ ସର୍ବ ସାଧାରଣ ଦାବୀ କରନ୍ତି l

 

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର

You may have missed