June 20, 2026

ବ୍ଲକ ସ୍ତରୀୟ ଜଳ ବିଭାଜିକାମହୋତ୍ସବ ଅନୁଷ୍ଠିତ

IMG-20260108-WA0055
Share

କୋଲନରା 🙁 ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରେଖାପଦର ଗ୍ରାମ ପଞ୍ଚାୟତ ର ସାଲିବି ଗ୍ରାମରେ ବ୍ଲକ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଜଳ ବିଭାଜିକା ଉପ ନିର୍ଦ୍ଦେଶକଦାମୋଦର ପାଣିଗ୍ରାହୀ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମରେ ବିଷମ କଟକ ନିର୍ବାଚନ ମଣ୍ଡଳୀ ର ବିଧାୟକ ନୀଳମାଧଵ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସାଂସଦ ପ୍ରତିନିଧି ଆଇ ଗୋବର୍ଦ୍ଧନ ରାଓ ମୁଖ୍ୟ ଭକ୍ତା, ଜିଲ୍ଲା ପରିଷଦ ପ୍ରତିନିଧି ସୁରେନ୍ଦ୍ର ତାଢ଼ିଙ୍ଗି ଦେଇଥିଲେ।ସହକାରୀ ଯନ୍ତ୍ରୀ ଅନିତା ମହାନ୍ତି,ସରପଞ୍ଚ ରେଖା ପଦର ଗୋପାଳ ପିର୍ବକ।,ସରପଞ୍ଚ ଭୋଇମଡା ସମୁନାଥ ହେପ୍ରିକ।,ମୁକୁନ୍ଦପୁର ସରପଞ୍ଚ ସନ୍ତୋସିନି ହୁଇକା ସଂମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଜଳ ବିଭାଜିକା ପ୍ରକଳ୍ପ ତରଫରୁ ଜଳ,ଜମି, ଜଙ୍ଗଲ ଓ ଲୋକଙ୍କ ଉନ୍ନତିକେମିତି ହୋଇ ପାରିବ ଲୋକ ଙ୍କ ଆର୍ଥିକ ଅବସ୍ଥା ସୁଧାର ଆସିବ ସେ ନେଇ କାର୍ଯ୍ୟକ୍ରମ ରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ବିତରଣ ହୋଇଥିଲା।କାର୍ଯ୍ୟକ୍ରମ ରେ ମୁର୍ତ୍ତିକା ସଂରକ୍ଷଣ ଅଧିକାରୀ ମଞ୍ଚ ପରିଚାଳନା କରିଥିଲେ।

You may have missed