March 12, 2026

ଲାଞ୍ଜିଗଡ଼ର ପ୍ରଧାନୀପଡ଼ାର ଡ୍ରେନ ମରାମତିରେ ଅବ୍ୟବସ୍ଥା 

IMG-20260108-WA0012
Share

 

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ ଗ୍ରାମ ପଞ୍ଚାୟତର ଲାଞ୍ଜିଗଡ଼ ଗ୍ରାମର ପ୍ରଧାନୀ ପଡ଼ା ମଧ୍ୟ ଭାଗରେ ଥିବା ରାସ୍ତାର ଦୁଇ ପାର୍ଶ୍ୱର ଡ୍ରେନର ମରାମତି ପାଇଁ 2025 -26 ଆର୍ଥିକ ବର୍ଷରେ ଟ -2,54,118 / – ଙ୍କା ମଞ୍ଜୁର ହୋଇଥିଲା l ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଡ୍ରେନ ମରାମତିର ହୋଇପାରିଲା ନାହିଁ l କିନ୍ତୁ ଅଚାନକ ଏକ ସୂଚନା ଫଳକ ପ୍ରଧାନୀ ପଡ଼ାର ଆବର୍ଜ୍ଜନା ପୂର୍ଣ୍ଣ ଡ୍ରେନ କଡ଼ରେ ଦେଖିବାକୁ ମିଳିଲା l ଯେଉଁଥିରେ ଲାଞ୍ଜିଗଡ଼ ଗ୍ରାମ ପଞ୍ଚାୟତର ଗ୍ରାମ୍ୟ ଡ୍ରେନ ମରାମତି, ସଫେଇ, ସବ ଡ୍ରେନ ଢାଙ୍କୁଣୀ ନିର୍ମାଣ ପାଇଁ ପଞ୍ଚଦଶ ଅର୍ଥ କମିଶନଙ୍କ ତରଫରୁ 2025 -26 ବର୍ଷ ପାଇଁ ମଞ୍ଜୁର ହୋଇଥିବା ଅର୍ଥର ପରିମାଣ ଟ – 2,54,118 ଙ୍କା l କାର୍ଯ୍ୟ ସମାପ୍ତିର ସୂଚନା ମଧ୍ୟ ଦିଆଯାଇଛି l କିନ୍ତୁ କାର୍ଯ୍ୟାରମ୍ଭ କିମ୍ବା କାର୍ଯ୍ୟ ସମାପ୍ତିର କୌଣସି ସମୟ କଥା ଲେଖାଯାଇନାହିଁ l କାହାକୁ କାର୍ଯ୍ୟାଦେଶ ଦିଆଯାଇଛି ତାହାର ମଧ୍ୟ ଉଲ୍ଲେଖ ନାହିଁ l

ଏହି ଫଳକ ଦେଖି ପଡ଼ାବାସୀ ଆଶ୍ଚର୍ଯ୍ୟ ହୋଇଗଲେ l କାରଣ ଡ୍ରେନ କାମ ଆଦୌ ନ ହୋଇଥିବା ବେଳେ ଏ ଫଳକରେ ଲେଖା ହୋଇଛି କିପରି !

ପଡ଼ାର କିଛି ସଚେତନ ଯୁବକ ଲାଞ୍ଜିଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କୁ ତା. 13/12/2025 ରିଖରେ ସାକ୍ଷାତ କରି ଏ ବିଷୟରେ ପ୍ରଶ୍ନ କଲେ l ସରପଞ୍ଚ ସରସ୍ବତୀ ମୁଣ୍ଡା ଏ କଥା ଶୁଣି ପଞ୍ଚାୟତ କାର୍ଯ୍ୟାଳୟରେ ସମସ୍ତଙ୍କ ସମ୍ମୁଖରେ ପ୍ରତିଶୃତି ଦେଲେ ଯେ ଉକ୍ତ କାର୍ଯ୍ୟ ଅଧାରୁ ଅଟକି ଯାଇଛି ଏବଂ ପ୍ରଧାନୀ ପଡ଼ାର ଯୁବକ ମାନେ ଏହି କାର୍ଯ୍ୟର ଦାଇତ୍ୱ ନିର୍ବାହ କରନ୍ତୁ l ଏହାପରେ କିଛି ଯୁବକ ମିଶି ଉକ୍ତ ଡ୍ରେନ ସଫେଇ କାର୍ଯ୍ୟ ତା. 14-12-2୦25 ଠାରୁ ଜାରି ରଖିଛନ୍ତି l ସରପଞ୍ଚ ମହୋଦୟା ଫଳକରେ ଲେଖାଯାଇଥିବା ଅର୍ଥ ରାଶି କାର୍ଯ୍ୟ ଶେଷରେ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l ପଞ୍ଚାୟତ କାର୍ଯ୍ୟରେ ଏଭଳି ଅନିୟମିତତା ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି l ଦେଖାଯାଉ ଫଳାଫଳ କଣ ହେଉଛି l

 

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର