ସସ୍ମିତା ସାହିତ୍ୟ ସଂସଦ ର ସପ୍ତମ -ସାରସ୍ୱତ ପର୍ବ..
ତିର୍ତ୍ତୋଲ 7/1/2026 କୁଜଙ୍ଗବ୍ଲକ, ପଣ୍ଡୁଆ ପଞ୍ଚାୟତ ଅଧିନ ପୋଡାକାନ୍ଥି ଗ୍ରାମରେ ସସ୍ମିତା ସାହିତ୍ୟ ସଂସଦ ର ସପ୍ତମବାର୍ଷିକ ସାମ୍ବତ୍ସରିକ ସାରସ୍ୱତ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପାଲାସଂସ୍କୃତି ଗବେଷକ ଡ଼ ସନ୍ତୋଷ କୁମାର ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପିକା ଡଃ ପ୍ରତିଭା ମହାରଥୀ ଯୋଗଦେଇଥିବାବେଳେ ଝଙ୍କଡ଼ରତ୍ନ ଗୋଲକ ବିହାରୀ ପଲାଇ ସଭାପତିତ୍ବ କରିଥିଲେ l ସମ୍ମାନିତଅତିଥି ଭାବେ ଅଶୋକ କୁମାର ଲେଙ୍କା, ଗବେଷକ ମହେନ୍ଦ୍ର ଆଚାର୍ଯ୍ୟ, ପ୍ରାଧ୍ୟାପିକା ବିଷ୍ନୁପ୍ରିୟା ଦାସ, ଗାୟକ ରଜନୀକାନ୍ତ ପୃଷ୍ଟି, ଗାୟକ ସନ୍ତୋଷ କୁମାର ପ୍ରଧାନ ପ୍ରମ୍ମୁଖ ଯୋଗଦେଇ, ବେଦ, ଉପନିଷଦ, ପୁରାଣ ଶାସ୍ତ୍ର ଓ ପ୍ରାଚୀନ କାବ୍ୟକବିତା ର ଉଦାହରଣ ଦେଇ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଶିକ୍ଷାବିତ ବିନୋଦ କୁମାର ମୁଦୁଲି ପରିଚୟ ପ୍ରଦାନ କରିଥିବାବେଳେ, କବୟିତ୍ରୀ ଅଞ୍ଜନା ମହାନ୍ତି ଙ୍କ କବିତାସଂକଳନ ସୃଜନୀର ସ୍ଵାଗତିକା କୁ ଅତିଥିମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା l ଏହି ଅବସରରେ ସମାଜର ବିଭିନ୍ନକ୍ଷେତ୍ରରେ ଦକ୍ଷତା ଓ ପାରଦର୍ଶିତା ଅର୍ଜ୍ଜନ କରିଥିବା କୃତିଛାତ୍ରୀ ସୁଶ୍ରୀ ସ୍ନେହା ପରିଜା, ଶିକ୍ଷକ ନିକୁଞ୍ଜ କିଶୋର ବେହେରା, ନାଟ୍ୟକାର ଅଶୋକ କୁମାର ବେହେରା, ସମାଜସେବୀ ଅନନ୍ତ କୁମାର ପୃଷ୍ଟି, ପାଲାଗାୟକ କୃଷ୍ଣଚନ୍ଦ୍ର ବାରିକ, ସଙ୍ଗୀତ ସୁରେନ୍ଦ୍ରନାଥ ମହାନ୍ତି ଓ କରୁଣାକର ଦାସ, କବି ପ୍ରକାଶ ଚନ୍ଦ୍ର ଦାଶ ଓ ଶିଳ୍ପୀ ବିକ୍ରମ କେଶରୀ ପରିଡା ପ୍ରମ୍ମୁଖ ଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ପ୍ରବାଚକ ଦିଗମ୍ବର ରାଉତ, କବି କୈଳାଶ ଚନ୍ଦ୍ର ସ୍ୱାଇଁ, ଝୁଲାରାମ ଦାସ, ପଦ୍ମାବତୀ ମିଶ୍ର, ନିତ୍ୟାନନ୍ଦ ନାୟକ, ଆଶିଷ କୁମାର ପରିଜା, ପାୟଲ ମଣ୍ଡକ, ଶିବାନୀ ଭଟ୍ଟାଚାର୍ଯ୍ୟ, ବାସୁଦେବ ପଟ୍ଟନାୟକ କୈଳାଶ ପ୍ରଧାନ , ସୁବାସ ଚନ୍ଦ୍ର ଦାସ, ବିଜୟ ରାଉତ, ପୁରୁଷୋତ୍ତମ ଦାସ ପ୍ରମ୍ମୁଖ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଶେଷରେ ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
