April 27, 2026
ajiro khabar
Share

 

 

୧-ଭୁବନେଶ୍ୱର:ଗାଡ଼ି ଚାଳକମାନଙ୍କ ପାଇଁ କଡ଼ା ଚେତାବନୀ, PUCC ନଥିଲେ ଲାଗିବ ୧୦ ହଜାର ଫାଇନ୍।

 

୨-ମାଘରେ ବାଘୁଆ ଜାଡ଼; ଶୀତରେ ଥରହର ସାରା ଓଡ଼ିଶା, ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ।କେଉଁଠି ତୁଷାରପାତ ତ ଆଉ କେଉଁଠି କଲକଲ କରୁଛି ଘନ କୁହୁଡ଼ି।

 

୩-ଶ୍ରୀମନ୍ଦିରରେ ଦୀର୍ଘଦିନରୁ ଚାଲିଛି ପ୍ରୋଟୋକଲ ଦର୍ଶନ; କିଏ ପାଇବେ ସୁବିଧା, ଜାରି ହୋଇନି କୌଣସି ଏସ୍‌ଓପି।ଭିଡ଼ ଭିତରେ ଘଣ୍ଟା ଘଣ୍ଟା ଫସି ରହିବା ପରେ ଭକ୍ତଙ୍କୁ ମିଳୁଛି ଦର୍ଶନ ସୁଯୋଗ।

 

୪-ମାଲକାନଗିରି:ଲାଲି ଏବଂ ହେମଲା ସହ ୨୬ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ।

 

୫-ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ହେବ ୧୧୮ ଟି ସ୍କୁଲ।

 

୬-ଭୁବନେଶ୍ୱର: ଆଜିଠୁ କେଳୁଚରଣ କିର୍ତ୍ତୀ ଶତକମ୍,ପାଳନ ହେବ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ।

 

୭-ଚାନ୍ଦବାଲି:୧୫ ଦିନରେ ମଲେଣି ଶହେରୁ ଅଧିକ ମଇଁଷି, ଗାଁରେ ପହଁଞ୍ଚି ଚିକିତ୍ସା ଆରମ୍ଭ କଲା ପଶୁ ସମ୍ପଦ ବିଭାଗ।

 

୮-ନିଳଗିରି:ଅଦାଲତଙ୍କ ରାୟ ଯୋଗୁଁ ଦୀର୍ଘ ୧୦ ବର୍ଷ ପରେ ଦୋକାନ ଘର ଫେରି ପାଇଲେ ମାଲିକ।

 

୯-ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ; ୨୦୨୭ ଫେବ୍ରୁଆରିରେ ହେବ ଦ୍ଵିତୀୟ ପର୍ଯ୍ୟାୟ।

 

୧୦-ଖୋର୍ଦ୍ଧା ନବୋଦୟରେ ଜଣ୍ଡିସ୍ ଆତଙ୍କ: ପିଲାଙ୍କୁ ଘରକୁ ନେଇଯିବାକୁ ନିର୍ଦ୍ଦେଶ।

 

୧୧-ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ମିଲର୍ସ ସଂଘ; ଆଜିଠାରୁ ମଣ୍ଡିରୁ ଧାନ ଉଠା ହେବ ସ୍ବାଭାବିକ।

 

୧୨-ଏସ୍‌ମା ମାନୁନି ଓମ୍‌ସା;ଚଳାଇଛନ୍ତି ୨ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ, ଓପିଡି ବାହାରେ ହନ୍ତସନ୍ତ ରୋଗୀ।

 

୧୩-ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଝଟକା, ଅଭିନୟ ଉପରେ ରୋକ୍ ଲଗାଇଲେ ଭୁବନେଶ୍ଵର ସିଭିଲ୍ କୋର୍ଟ।

 

୧୪-ପୁଣି ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ। ନାଓଗାଁ ମହାଦେବପୁରରେ ପୁଣି ଜଣେ ହିନ୍ଦୁ ଯୁବକଙ୍କ ମୃତ୍ୟୁ ହୋଇଛି।ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ପୋଖରୀକୁ ଡେଇଁ ପଡିଥିଲେ।

 

୧୫-ନୂଆ ଦିଲ୍ଲୀ:EPF ପେନସନ୍ ୫ ଗୁଣା ବଢ଼ିବ, ସର୍ବନିମ୍ନ ୫୦୦୦ ଟଙ୍କା ରହିବ।

 

୧୬-ଫେବ୍ରୁଆରୀ ୧ରେ ଉପସ୍ଥାପିତ ହେବ ୨୦୨୬-୨୭ କେନ୍ଦ୍ରୀୟ ବଜେଟ୍: ନବମ ଥର ଉପସ୍ଥାପନ କରି ବିରଳ ରେକର୍ଡ କରିବେ ନିର୍ମଳା ଶୀତାରମଣ।

 

୧୭-ଉଜବେକିସ୍ତାନରେ ଫସିଛନ୍ତି ଶତାଧିକ ଓଡ଼ିଆ, ୪ ମାସ ହେଲା କମ୍ପାନୀ ଦରମା ଦେଉନଥିବା ଅଭିଯୋଗ।

 

୧୮-ଉତ୍ତରପ୍ରଦେଶ, ସହାରନପୁର:ପ୍ରେମିକ ସହ ପିଲା ଛୁଆ ଥିବା ପତ୍ନୀ ଫେରାର, ଅନଶନରେ ବସିଲେ ସ୍ବାମୀ।

 

୧୯-ଜମ୍ମୁ:ନ୍ୟାସନାଲ ମେଡିକାଲ କମିସନଙ୍କ କଡ଼ା ଆଭିମୁଖ୍ୟ, ମାନ୍ୟତା ହରାଇଲା ମାତା ବୈଷ୍ଣବଦେବୀ ମେଡିକାଲ କଲେଜ।

 

୨୦-ନିୟମ ବଦଳାଇଲା ତେହରାନ, ଏବେ ଆମେରିକା ଉପରେ କରିବ କଡ଼ା ପ୍ରହାର କରିବ ଇରାନ।

 

୨୧-ବିଶ୍ୱ ଯୁଦ୍ଧ ଆସନ୍ନ: ଋଷ ତେଲ ଟ୍ୟାଙ୍କରକୁ ଜବତ କଲା ଆମେରିକା, ଭୟଙ୍କର ସ୍ଥିତିରେ ଦୁଇ ଦେଶର ସମ୍ପର୍କ।