May 11, 2026

ଜବରଦଖଲ ପାଈଁ ହନ୍ତସନ୍ତ ପଥଚାରୀ, ଗାଡି ରଖିବାକୁ ମିଳୁନି ସ୍ଥାନ 

IMG-20250108-WA0025
Share

 

ଅସ୍ତରଙ୍ଗ,, ସମସ୍ୟା ସୃଷ୍ଟି କରିବାରେ ଲାଗିଲାଣି ଅସ୍ତରଙ୍ଗ ଅଞ୍ଚଳ ରେ ଜବରଦଖଲ, କେହି ବି ମାନୁନାହାନ୍ତି ସରକାର ଙ୍କ ରାଜସ୍ୱ ଆଇନ କୁ, ଅନ୍ୟପଟେ ଜିଲ୍ଲା ହେଉ କି ଅସ୍ତ ଗୁରଙ୍ଗ ରାଜସ୍ୱ ବିଭାଗ ସବୁ ସାଜିଛନ୍ତି ନୀରବଦ୍ରଷ୍ଟା, ଗୋଚର, ଅନାବାଦୀ, ଜଙ୍ଗଲ, ନଦୀ, କେନାଲ ସବୁ ଏବେ ଜବରଦଖଲ କାରି ଙ୍କ କବ୍ଜା ରେ l ଏବେ ଅସହ୍ୟ ହୋଇପଡିଲେଣି ପଥଚାରୀ, ଅସ୍ତରଙ୍ଗ ମୁଖ୍ୟ ବଜାର ୩ ଛକି ନିକଟରେ ରାସ୍ତା ଉପରକୁ ମାଡି ଆସି ସରକାରୀ କେନାଲ ରାସ୍ତା ସହିତ ସବୁ ଜବରଦଖଲ କରି ନିଜ କବ୍ଜା ରେ ରଖିଛନ୍ତି ଅନେକ ବ୍ୟବସାୟୀ, ଆସୁଥିବା ଗ୍ରାହକ ମାନେ ରାସ୍ତା ଉପରେ ଗାଡି ପାର୍କିଂ କରି ଦୋକାନ କୁ ଯାଉଛନ୍ତି ସାମଗ୍ରୀ କ୍ରୟ କରିବାକୁ, ସେଥିପାଇଁ ଏହି ସ୍ଥାନରେ ଏଭଳି ଭାବେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଲାଣି ନାହି ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବାଟୋଇ, ଯଦି ଉଭୟ ପଟୁ କିଛି ଭାରି ଯାନ ମୁହାଁ ମୁହିଁ ହେଇଯାଉଛନ୍ତି ତାହେଲେ ଅନ୍ୟ ଯାତ୍ରୀ ମାନେ ଅଧ ଘଣ୍ଟା ରୁ ଉର୍ଦ୍ଧ ସମୟ ଅଟକି ରହୁଛନ୍ତି ଏହି ରାସ୍ତା ରେ, ଜରୁରୀକାଳୀନ ସେବା ନିୟୋଜିତ ବାହନ ଆସିଲେ ବି ଏହି ସମସ୍ୟା କୁ ସମ୍ମୁଖୀନ ହେଉଛନ୍ତି, ଅନେକ ଉଠା ବ୍ୟବସାୟୀ ମଧ୍ୟ ମୁଖ୍ୟ ରାସ୍ତା କୁ ମାଡି ନିଜ ପସରା ଖୋଲିଛନ୍ତି, ଏହି ଛକ କୁ ଅସ୍ତରଙ୍ଗ ର ଜନଗହଳି ପୂର୍ଣ୍ଣ ଛକ କୁହାଯାଉଥିବା ବେଳେ ଏବେ ଜବରଦଖଲକାରି ଙ୍କ ପାଈଁ ସମସ୍ୟା ଦିଗୁଣିତ ହେଇଛି, ବର୍ତ୍ତମାନ ପିକନିକ ସମୟ, ଅସ୍ତରଙ୍ଗ ବେଳାଭୂମି ପିର ଜାହାନିଆ ଓ ଗଙ୍ଗାଦେବି କୁ ହଜାର ହଜାର ସଂଖ୍ୟା ରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି, ଆଉ ଏହି ସମୟ ରେ ସକାଳ ୯ ଘଟିକା ରୁ ରାତି ୮ ଘଟିକା ପର୍ଯ୍ୟନ୍ତ ଅଣନିଶ୍ୱାସୀ ହେଇଯାଉଛନ୍ତି ବାଟୋଇ, ଏହି ସମସ୍ୟା ର ସମାଧାନ କୁ ନେଇ ବିଭିନ୍ନ ମହଲ ରେ ବୁଦ୍ଧିଜୀବୀ ମାନଙ୍କ ଦାବି ହେଉଥିବା ବେଳେl

ଆମେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତ୍ତି ଙ୍କ ମତାମତ ନେଇଥିଲୁ ଆଉ ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଙ୍କ ପ୍ରତିକ୍ରିୟା ରେ ମତାମତ ରଖିଛନ୍ତି l

ଦୁଃଶାସନ ନାୟକ,ଅସ୍ତରଙ୍ଗ