January 9, 2025

ଦୁଧକଉଁରିଆ ଗୌଡ଼ ସମାଜର ନୁଆଁ ବର୍ଷରେ ବିଶେଷ ଅଧିବେଶନ 

Share

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଗତ ତା. 20.10.2024ରିଖ ରବିବାର ଦିନ ଦୁଧକଉଁରିଆ ଗୌଡ଼ ସମାଜ କଳାହାଣ୍ଡି ଜିଲ୍ଲା କେନ୍ଦ୍ର କମିଟି ପଦମପୁର ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଲାଞ୍ଜିଗଡ଼ ଅଞ୍ଚଳ ଗଠନ ପାଇଁ ସମସ୍ତ ଅଞ୍ଚଳ ସଭାପତି, ସମ୍ପାଦକ, ସଭ୍ୟ ଏବଂ କେନ୍ଦ୍ରରେ ଥିବା ସଭାପତି, ସମ୍ପାଦକ, ସଭ୍ୟଙ୍କ ସହମତରେ ଲାଞ୍ଜିଗଡ଼ ଅଞ୍ଚଳ ଗଠନ ହୋଇଥିଲା l ଗତ ତା. 27.10.2024ରିଖ ଦିନ ଏ ନେଇ ବୈଠକ ବସିଥିଲା l ବୈଠକରେ ଅଞ୍ଚଳର ବିଭିନ୍ନ ଗ୍ରାମ ଯଥା ବେଲାଙ୍ଗବୁଣ୍ଡେଲ, ଜଗନ୍ନାଥପୁର, ନୁଆଁପଡ଼ା,ଥୁଆଗୁଡ଼ା, ତ୍ରିଲୋଚନପୁର, ଗୋପୀଗୁଡ଼ା ଓ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ହାଟ ଦହିଖାଲ,ମୁନିଗୁଡ଼ା, ବଡ଼ମୁଦ୍ରା,ପୁରୁଣା ଆମ୍ବଦୋଳା, ସୀତାରାମପୁର, ତେଲେଙ୍ଗାପଦର ପ୍ରଭୃତି ଗ୍ରାମମାନଙ୍କରୁ ଅନେକ ପୁରୁଷ ଯୋଗ ଦେଇ ଲାଞ୍ଜିଗଡ଼ ଦୁଧକଉଁରିଆ ଗଉଡ଼ ସମାଜର ସଭ୍ୟମାନଙ୍କୁ ଚୟନ କରାଯାଇଥିଲା l ମୁକୁନ୍ଦ ଗୌଡ଼ ସଭାପତି ପଦ ପାଇଁ ମନୋନୀତ ହୋଇଥିବା ବେଳେ ଉପସଭାପତି ପଦ ପାଇଁ ମୁନିଗୁଡାର ଶ୍ରୀଯୁକ୍ତ ସୀମାଞ୍ଚଳ ବାଗ, ସମ୍ପାଦକ ଶ୍ରୀଯୁକ୍ତ ଦୈତାରୀ ଗୌଡ଼,ସହସମ୍ପାଦକ ଶ୍ରୀଯୁକ୍ତ ହରପ୍ରସାଦ ଗୌଡ଼ ଓ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଚତୁର୍ଭୁଜ ଗୌଡ଼ଙ୍କୁ ଚୟନ କରାଯାଇଥିଲା l ଲାଞ୍ଜିଗଡ଼ ଅଞ୍ଚଳ ଗଠନ ପାଇଁ ସମସ୍ତ ଅଞ୍ଚଳ ସଭାପତି, ସମ୍ପାଦକ, ସଭ୍ୟ ଏବଂ କେନ୍ଦ୍ରରେ ଥିବା ସଭାପତି, ସମ୍ପାଦକ, ସଭ୍ୟଙ୍କ ସହମତରେ ଲାଞ୍ଜିଗଡ଼ ଅଞ୍ଚଳ ଗଠନ ହୋଇଥିଲା l ବର୍ତ୍ତମାନ ନୁଆଁବର୍ଷ ତା. 05.01.2025ରିଖ ଦିନ ସମସ୍ତ ଅଞ୍ଚଳର କର୍ମକର୍ତ୍ତା ଏବଂ କେନ୍ଦ୍ର କମିଟି ତରଫରୁ ଉକ୍ତ ଅଞ୍ଚଳର କର୍ମକର୍ତ୍ତାମାନଙ୍କୁ ଶପଥ ଗ୍ରହଣ କରି ନିୟମାବଳୀ, ବାହାଘର ପରିଚୟ ପତ୍ର ଓ ଜନଗଣନା ପ୍ରମାଣ ପତ୍ର ପ୍ରଦାନ କରାଗଲା l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର