ଉମରକୋଟ ଠାରେ ସାଂସଦ ଖେଳ ମହଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ……L
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସ୍ଥିତ ଡି.ଏନ୍. କେ ବଙ୍ଗଳା ଠାରେ ସାଂସଦ କ୍ରୀଡା ମୋହତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମଞ୍ଚାସୀନ ଥିଲେ ବି.ଜେ.ପି ରାଜ୍ୟ ଉପସଭାପତି ଶ୍ରୀ ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ,ସାଂସଦ ଙ୍କ ପ୍ରତିନିଧି ଶ୍ରୀ ରାମ ନାୟକ ଓ ଶ୍ରୀମତୀ ବାସନ୍ତୀ ମାଝୀ , ଉମରକୋଟ ଇଣ୍ଡୋର୍ ଷ୍ଟାଡିୟମ୍ ପରିଚାଳକ ଶ୍ରୀ ଅଶୋକ କୁମାର ସାହୁ, ହେଲଫ ଲାଇନ୍ କ୍ଲବର ନିର୍ଦ୍ଦେଶକ ତଥା ଜିଲ୍ଲା କ୍ରୀଡା ହକି ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ମଲ୍ଲିକ,ଜିଲ୍ଲା ମହିଳା କ୍ରୀଡା ସଂଯୋଜିକା ଇଂ.ଚନ୍ଦନା ମଲ୍ଲିକ,ଜିଲ୍ଲା ବ୍ଯାଡମିନ୍ଟନ ସମ୍ପାଦକ ଶ୍ରୀ କୃଷ୍ଣ ପ୍ରସାଦ ପଟ୍ଟନାୟକ, ବରିଷ୍ଟ କ୍ରୀଡା ଶିକ୍ଷକ ଶ୍ରୀ ଯୋଗ ବନ୍ଧୁ କାଣ୍ଡି , କିଶୋର ସିଲ ଓ m.ବଜୟ କୁମାର ଙ୍କ ସହ ବରିଷ୍ଠ ନାଗରିକ ବାବୁଲା ସାହୁ l ଏହି ବୈଠକରେ ସଭାପତି ସଭାପତିତ୍ଵ କରିଥିଲେ ସାଂସଦ ଙ୍କ ପ୍ରତି ନିଧି ଶ୍ରୀ ରାମ ନାୟକ l ବୈଠକ ଟିକୁ ପରିଚାଳନା କରିଥିଲେ ଇଂ.ଚନ୍ଦନା ମଲ୍ଲିକ l ଏହି ବୈଠକରେ ବ୍ଳକ ଉମରକୋଟ ମୁନିସିପାଲିଟି ସ୍ଥିତ ଉଚ୍ଚ ବିଦ୍ୟାଳୟର ସମସ୍ତ କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ ସହ ବୁର୍ଜା ମଣ୍ଡଳ, ବେହେଡା ମଣ୍ଡଳ,ଖଣ୍ଡା ମଣ୍ଡଳର ଓ ଉମରକୋଟ ସହରର ବରିଷ୍ଠ ନାଗରିକ ତଥା କ୍ରୀଡା ପ୍ରେମୀ ସହ ବରିଷ୍ଟ ଦଳୀୟ କର୍ମୀ ମାନେ ଉପସ୍ଥିତ ରହି ଖେଳ କିପରି ସୂଚାରୁ ରୂପେ ପରିଚାଳନା ହୋଇପାରିବ ସୂ ମତାମତ ପ୍ରଦାନ କରିଥିଲେ.l ଖେଳ ଟି ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଉପସ୍ଥିତ କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଉପସ୍ଥିତ ସଭ୍ୟ ମନକୁ ବିଭିନ୍ନ ଖେଳର ଦାୟିତ୍ଵ ବଣ୍ଟନ ସହ ଅନ୍ୟାନ୍ୟ ଦାୟିତ୍ଵ ମଧ୍ୟ ଉପସ୍ଥିତ ସଭ୍ୟ ମାନକୁ ଦାୟିତ୍ଵ ବଣ୍ଟନ କରାଯାଇଥିଲା l ଶେଷରେ ବୈଠକରେ ଉପସ୍ଥାପିତ ମଞ୍ଚାସୀନ ଅତିଥି ଓ ଉପସ୍ଥିତ ସଦସ୍ୟ ମାନକୁ ଧନ୍ୟବାଦ ଅର୍ପଣ କରିଥିଲେ ସାଂସଦ ପ୍ରତିନିଧି ଶ୍ରୀ ରାମ ନାୟକ l
