March 7, 2026

ଖଲିଙ୍ଗି ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ମୃତ୍ତିକା ଦିବସ ପାଳନ…

IMG-20251207-WA0189
Share

 

ସାନଖେମୁଣ୍ଡି(ବିଜୟ କୁମାର ପ୍ରଧାନ)ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଖଲିଙ୍ଗି ଉଚ୍ଚ ବିଦ୍ୟାଳୟରେ ଗାଇଡ୍ ଟିମ୍ ନାଇଟ୍ ଆଙ୍ଗଲ କମ୍ପାନୀ ତରଫରୁ ବିଶ୍ଵ ମୃତ୍ତିକା ଦିବସ ପାଳନ କରାଯାଇଛି।ଯେଉଁ ଥିରେ ମୃତ୍ତିକା ସଂରକ୍ଷଣ କରି ସବୁଜ ବଳୟ ସୃଷ୍ଟି କରିବା ପାଇଁ ମାଟିରେ ତିଆରି

ବଲରେ ବିଭିନ୍ନ ପ୍ରଜାତିର ମଞ୍ଜି ରଖାଯାଇଥିଲା।ସେହି ସିଡବଲ୍ ବ୍ୟବହାର କରି ବୃକ୍ଷରୋପଣ କରିବେ ବୋଲି ଗାଇଡ୍ ଛାତ୍ରୀ ମାନେ ଶପଥ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିମା ରଇତ ଙ୍କ ସହିତ ବିଦ୍ୟାଳୟର ଗାଇଡ୍ କ୍ୟାପଟେନ ସୁଶ୍ରୀ ସୁନୀତା ନାୟକ, ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ ମୃତ୍ତିକା ଦିବସର ଉପକାରିତା ବିଷୟରେ ବୁଝାଇଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ସ୍କୁଲର ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ଭାବେ ସହଯୋଗ କରି ଶିକ୍ଷା ଅର୍ଜନ କରିଥିଲେ।