ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ନୀତି, ସ୍ୱତନ୍ତ୍ର ଶୀତବସ୍ତ୍ର ପରିଧାନ କରିବେ ଶ୍ରୀବିଗ୍ରହ*
: ଶୁକ୍ରବାର ଶ୍ରୀମନ୍ଦିରରେ ଠାକୁରଙ୍କ ଘୋଡ଼ (ସ୍ୱତନ୍ତ୍ର ଶୀତବସ୍ତ୍ର) ସବୁ ଅଧିବାସ ହୋଇଛି । ପଞ୍ଚମୀ ତିଥି ରାତିରେ ଠାକୁରଙ୍କ ଚନ୍ଦନଲାଗି ନୀତି ସରିବା ପରେ ଅଧିବାସ ନୀତି ସମ୍ପନ୍ନ ହୋଇଛି । ଶନିବାର ବଡ଼ଦେଉଳରେ ଓଢ଼ଣ ଷଷ୍ଠୀ । ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ଶ୍ରୀବିଗ୍ରହ ସ୍ୱତନ୍ତ୍ର ଶୀତବସ୍ତ୍ର ପରିଧାନ କରିବେ । ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ନୀତି ।
ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜି ସେବକ ଏହି ଘୋଡ଼ ପ୍ରସ୍ତୁତି କରି ଶ୍ରୀମନ୍ଦିର ଗାରଦ ଜିମା ଦେଇଥିଲେ । ପତନୀ, ଗୀତଗୋବିନ୍ଦ ପାଟ ଓ ସୂତାପୁଟାରେ ଠାକୁରଙ୍କ ଶୀତବସ୍ତ୍ର ପ୍ରସ୍ତୁତ ହୋଇଛି । ଘୋଡ଼ଲାଗି ବେଶ ପାଇଁ ଖଟ ପାଛୁଡ଼ି ୩ଟି, ୭୨ହାତର ଲମ୍ବା ପଟି ୨ଟି, ୧୬ ହାତ ୪ପଟିଆ ୪ଟି, ୩ଟି ଥୋଡ଼ ପାହାଡ଼ିଆ, ୧୨ହାତ ୪ପଟିଆ ୨ଟି, ମୁଦିରଥ ୧ଟି, ଫୁଲଛେଦା ୨ଟି ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ୪ଗୋଟି ଘୋଡ଼ ତିଆରି କରାଯାଇଛି । ଷଷ୍ଠୀରେ ଠାକୁରଙ୍କୁ ଘୋଡ଼ ଲାଗି କରାଯାଇ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ଏଥିସହ ମଦନମୋହନ, ସୁଦର୍ଶନ, ଗରୁଡ଼, ପତିତପାବନ, ନୃସିଂହ ମହାପ୍ରଭୁ, ସୂର୍ଯ୍ୟଦେବ, ଦକ୍ଷୀଣକାଳୀକା ଓ କାକୁଡ଼ିଖାଇଙ୍କୁ ମଧ୍ୟ ସ୍ୱତନ୍ତ୍ର ବସ୍ତ୍ର ଲାଗି କରାଯିବ