September 21, 2024

ବହୁମୁଖୀ କୌଶଳ ଚୟନ ଓ ପରାମର୍ଶ ଶିବିର 

Share


ବୁଗୁଡା : ତା ୦୭/୧୨/୨୩ : ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପଞ୍ଚାୟତରାଜ ଓ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ଓରମାସ , ଗ୍ରାମୀଣ ପାନୀୟଜଳ ଯୋଗାଣ ଓ ସ୍ବଚ୍ଛତା (ବସୁଧା) ସହଯୋଗରେ ଯୁବକଙ୍କ ବହୁମୁଖୀ କୌଶଳ ଚୟନ ଓ
ପରାମର୍ଶ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଶିବିରରେ ବ୍ଳକ ଅନ୍ତର୍ଗତ ୨୧ ପଞ୍ଚାୟତର ୪୨ ଜଣ ଯୁବକ ଯୋଗ ଦେଇଥିଲେ। ବିଡିଓ ସନ୍ତୋଷ କୁମାର ଜେନାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଶିବିରରେ ଡେପୁଟି ସିଇଓ ସତ୍ଯ ସୁନ୍ଦର ଶିବରାମ ପଟେଲ , ଆରଡବ୍ଲୁଏସ୍ଏସ୍ ସହକାରୀ ଯନ୍ତ୍ରୀ ଜେ.ରାମା ରାଓ , ଜିପିଇଓ ମନୋଜ କୁମାର ସାହୁ ,ବିପିଏମ୍ ସଂପୃକ୍ତା କୁମାରୀ ସାହୁ ପ୍ରମୁଖ ଯୋଗ ଦେଇ ସମସ୍ତ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ସକାଶେ ସରକାର ଯୋଜନା ପ୍ରସ୍ତୁତ କରୁଥିବା ଯୋଗୁଁ ଆଗକୁ ସେସବୁର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ଥିବା ଯୁବକଙ୍କୁ ଏହି ତାଲିମ ଶିବିରରେ ଚୟନ କରାଯିବ ଏବଂ ସେମାନଙ୍କୁ ‘ନିୟମ’ ପକ୍ଷରୁ ନୋସି ଠାରେ ଚଳିତ ମାସ ୧୨ ତାରିଖରୁ ୬୭ ଦିନିଆ ନିଶୁଳ୍କ ତାଲିମ ପ୍ରଦାନ କରାଯିବ । ଏଥିରେ ମ୍ଯାଟ୍ରିକ ପଢିଥିବା ଯୁବକମାନେ ସାମିଲ ହୋଇ ପାରିବେ ଏବଂ ସେମାନଙ୍କୁ ପ୍ଳମ୍ବିଂ , ପମ୍ପ ଅପରେସନ,ସୋଲାର ଓ ଇଲେକ୍ଟ୍ରିକାଲ୍ ସମ୍ପର୍କରେ ତାଲିମ ପ୍ରଦାନ କରାଯିବ ଏବଂ ଏହା ଦ୍ବାରା ଗ୍ରାମାଞ୍ଚଳ ଯୁବକମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଏହି ଉକ୍ତ କାର୍ଯ୍ୟକ୍ରମକୁ ବିପିଏମ୍ ସଂଯୁକ୍ତା ସାହୁ ପରିଚାଳନା କରିଥିଲେ ।