September 21, 2024

ଆଗାମୀ ଜାନୁୟାରୀ ୧୨ରୁ ଆରମ୍ଭ ହେବ ତ୍ରିଦିବସୀୟ ବୁଦ୍ଧଖୋଲ ମହୋତ୍ସବ

Share


ବୁଗୁଡ଼ା : ତା ୦୭/୧୨/୨୩ : ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଆଗାମୀ ୨୦୨୪ ଜାନୁୟାରୀ ମାସର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ଯାପି ମହାଆଡମ୍ବରରେ ଆୟୋଜିତ ହେବ ବୁଦ୍ଧଖୋଲ ମହୋତ୍ସବ । ପୂର୍ବରୁ କ୍ରମାଗତଭାବେ ବୁଦ୍ଧଖୋଲ ପାଦଦେଶସ୍ଥ ମହୋତ୍ସବ ପଡିଆରେ ଆୟୋଜିତ ହୋଇଆସୁଥିବା ଉକ୍ତ କାର୍ଯ୍ୟକ୍ରମ ଜନସମାବେଶ , ଟ୍ରାଫିକ ଓ ପାର୍କିଂ ସମସ୍ଯା କାରଣରୁ ଏଥର ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଥିବା ଜଣାଯାଇଛି । ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ ସାଧାରଣ ବୈଠକ ଅବସରରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି । ଉକ୍ତ ବୈଠକ ବୁଦ୍ଧଖୋଲ ପାଦଦେଶସ୍ଥ ଜନ ସୁବିଧା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବୁଦ୍ଧଖୋଲ ଉନ୍ନୟନ ସମିତିର କାର୍ଯ୍ୟକାରୀ ସଭାପତି ଧରଣୀଧର ପଣ୍ଡା , ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ , ବୁଗୁଡ଼ା ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନଙ୍କ ସମେତ ସମିତିର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ସଦସ୍ୟଗଣ ଉପସ୍ଥିତ ରହିଥିଲେ ।