September 21, 2024

ସାମ୍ବାଦିକଙ୍କ ମାତୃ ବିୟୋଗ।

Share

ସାମ୍ବାଦିକଙ୍କ ମାତୃ ବିୟୋଗ।

ବୋଲଗଡ଼,୦୭/୧୨(ଉପାନ୍ତ ଓଡ଼ିଶା) ବୋଲଗଡ ର ବରିଷ୍ଠ ସାମ୍ବାଦିକ ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ, ଭାରତୀୟ ଜନତା ପାର୍ଟି ର ବୋଲଗଡ ମଣ୍ଡଳ ସଭାପତି ରଘୁନାଥ ଷଡ଼ଙ୍ଗୀ ଙ୍କ ମାତା ଚନ୍ଦ୍ରମଣି ଷଡ଼ଙ୍ଗୀ ୮୦ ବର୍ଷ ବୟସ ଆଜି ଗୁରୁବାର ସକାଳ ନଅଟା ସମୟରେ ଇହଲିଳା ସମ୍ବରଣ କରିଛନ୍ତି । ସେ ଜଣେ ଧର୍ମ ପରାୟଣ, ପରାଉପକରି , ସମାଜ ସେବୀ ଥିଲେ , ତାଙ୍କ ମରଶରୀରକୁ ବୋଲଗଡ ବାସ ଭବନ ରୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ସତ୍କାର କରା ଯାଇଥିଲା । ଏକମାତ୍ର ପୁତ୍ର ରଘୁନାଥ ଷଡ଼ଙ୍ଗୀ ମୁଖାଗ୍ନି ଦେଇ ଥିଲେ । ମର ଶରୀର ନିକଟରେ ପୁଅ , ବୋହୂ , ଝିଅ , ଜ୍ବାଇଁ , ପୁତୁରା , ବୋହୂ , ନାତି ନାତୁଣୀ , ଅନ୍ର୍ଜାତୀୟ ସ୍ୱଜନ ,ବନ୍ଧୁ ବାନ୍ଧବ ସମସ୍ତେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀ ।ବି ଜେ ପି ନେତା ପ୍ରକାଶ ରଣବିଜୁଲି , ଲୋତକ ପଟ୍ଟନାୟକ , ଆରତ ପ୍ରଧାନ , କଂଗ୍ରେସ ବ୍ଲକ ସଭାପତି ସଂଜୟ ସୁବୁଦ୍ଧି , ପ୍ରୁଥିଭ ବହଲବ୍ ପଟ୍ଟନାୟକ , ସମାଜସେବୀ ରବୀନ୍ଦ୍ର କୁମାର ପରିଡ଼ା , ଗୋପୀନାଥ ଖାଡଙ୍ଗା , ବି ଜେ ଡି ନେତା ଶୁଭେନ୍ଦୁ କୁମାର ସାହୁ । ଯୁବ ନେତା ପ୍ରମୋଦ କୁମାର ମହାପାତ୍ର, ତପନ ବେବର୍ତ୍ତା ପଟ୍ଟନାୟକ । ଅଶୋକ କୁମାର ରାଉତ ପ୍ରମୁଖ,ବାସଭବନରେ ପହଞ୍ଚି ଶୋକ ପ୍ରକାଶ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)