March 12, 2026

ପାରଳାଖେମୁଣ୍ଡି ଠାରେ ଗଜପତି ସ୍ମରଣିକା କମିଟିର ବୈଠକ ଅନୁଷ୍ଠିତ

IMG-20231207-WA0015
Share

ପାରଳାଖେମୁଣ୍ଡି ଠାରେ ଗଜପତି ସ୍ମରଣିକା କମିଟିର ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୭/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ମରଣିକା କମିଟିର ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ପ୍ରାପ୍ୟ ସମସ୍ତ ଉପାଦେୟ ଲେଖା ଗୁଡ଼ିକର ଚୁଡ଼ାନ୍ତ ଚୟନ ପ୍ରକ୍ରିୟା କରାଯାଇଥିଲା।
ସୂଚନା ଓ ଲୋସଂପର୍କ ଅଧିକାରୀ ପ୍ରଦୀପ ଗୁରୁମାଇ, ଡ.କଲ୍ୟାଣୀ ମିଶ୍ର, ଡ.ଭାରତୀ ପାଣିଗ୍ରାହୀ, ବିନୋଦ ଚନ୍ଦ୍ର ଜେନା,ବିଚିତ୍ରାନନ୍ଦ ବେବର୍ତ୍ତା, ଲୋକନାଥ ପଣ୍ଡା, ଆଶlଲତା ପାଣିଗ୍ରାହୀ, ଡ.ଅଜୟ ତ୍ରିପାଠୀ, ଏବଂ ଡ. ଚନ୍ଦ୍ରଶେଖର ଦାସ, ପ୍ରଭୃତି ଉପସ୍ଥିତ ରହି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଲେଖା ଗୁଡ଼ିକ ପର୍ଯ୍ୟାୟ କ୍ରମେ ସଜଡା ଯାଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା।