March 10, 2026

କୈଳାସନଗରରେ ଗଣ୍ଡଗୋଳ, ୨ ଆହତ 

IMG-20251107-WA0081
Share

ବୁଗୁଡ଼ା : ତା ୦୭/୧୧/୨୫ : ବୁଗୁଡ଼ା ଥାନା ଅନ୍ତର୍ଗତ କୈଳାସନଗର ଗ୍ରାମରେ ଘଟିଥିବା ଏକ ଗଣ୍ଡଗୋଳରେ ୨ ଜଣ ଆହତ ହୋଇଥିବା ଜଣାଯାଇଛି। ଆହତ ଦୁଇ ଜଣ ହେଲେ କାଳି ଚରଣ ନନ୍ଦ ଓ ସିମାଞ୍ଚଳ ନନ୍ଦ। ଘଟଣାରୁ ପ୍ରକାଶ ଯେ , ଶୁକ୍ରବାର ସକାଳେ କୌଣସି ବିବାଦକୁ ନେଇ କାଳିଚରଣ ଓ ସିମାଞ୍ଚଳଙ୍କ ମଧ୍ୟରେ ବାକବିତଣ୍ଡା ସହ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଉଭୟେ ଆକ୍ରମଣ ଓ ପ୍ରତିଆକ୍ରମଣରେ ଆହତ ହୋଇଥିଲେ। ଗଣ୍ଡଗୋଳରେ କାଳିଚରଣଙ୍କ ମୁଣ୍ଡରେ ଏବଂ ସିମାଞ୍ଚଳଙ୍କ ବାମ ହାତ ପାପୁଲିରେ ଆଘାତ ଲାଗିଥିଲା । ଆହତ ଦ୍ବୟ ବୁଗୁଡା ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଏ ନେଇ ପୋଲିସ ଥାନାରେ ଅଭିଯୋଗ ପହଞ୍ଚିବା ପରେ ପୋଲିସ କୈଳାସନଗର ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।