March 10, 2026

ମଦ ବୋତଲ ଖୁଣ୍ଟୁଛନ୍ତି ଛାତ୍ରୀ

IMG-20251107-WA0021
Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଯେଉଁ ହାତରେ ବହି ବସ୍ତାନି ଧରିବା କଥା ସେହି ହାତରେ ମଦ ବୋତଲ ଖୁଣ୍ଟୁଛନ୍ତି ଛାତ୍ରୀ । ବିଦ୍ୟାଳୟ ହତା ବାହାରକୁ ଆସି ମଦ ବୋତଲ ଖୁଣ୍ଟୁଛନ୍ତି ଛୋଟ ଛୋଟ ଛାତ୍ରୀ । ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ପୁରୁଣା ଗୁଣୁପୁର ଆଶ୍ରମ ବିଦ୍ୟାଳୟ ର । ଗୁରୁବାର ଅପରାହ୍ନ ୪ଟା ୪୦ ସମୟରେ ବିଦ୍ୟାଳୟ ର ଛାତ୍ରୀ ମାନେ ବିଦ୍ୟାଳୟ ପରିସର ଓ ବାହାରେ ବାଲଟି ଧରି ଆବର୍ଜନା ଖୁଣ୍ଟୁଥିବା ବେଳେ କିଛି ଛାତ୍ରୀ ପଡିଥିବା ମଦ ବୋତଲ ଖୁଣ୍ଟୁଥିବା ଦେଖିବାକୁ ମିଳିଥିଲା । ଯାହାକି ଅଶୋଭନୀୟ । ତେବେ ଛାତ୍ରୀମାନଙ୍କୁ କିଏ ଅନୁମତି ଦେଇଥିଲେ, ଅପରାହ୍ନ ୪ଟା ୪୦ମିନିଟ ସମୟରେ ପିଲାମାନେ ବାହାରେ ବୁଲୁଥିଲେ କିପରି ? ବିଦ୍ୟାଳୟ କର୍ତ୍ତୃପକ୍ଷ କଣ କରୁଥିଲେ ? ଏମିତି ଅନେକ ପ୍ରଶ୍ନ ଏହି ବିଦ୍ୟାଳୟ କୁ ନେଇ ଏବେ ଉଠିଛି ।