ଆଦିବାସୀ ଗାଁ ହରିଡ଼ାପାଟୁରେ ଜ୍ୱର ଆତଙ୍କ ୨୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଜ୍ୱର, ଥଣ୍ଡା
ଚିକିଟି ଶୁଭଶ୍ରୀ ପ୍ରଧାନ, ୦୭/୧୧ /୨୫: ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଳକ ଆଦିବାସୀ ପଞ୍ଚାୟତ ବୁରାତାଲ ଅଧିନ ହରିଡ଼ାପାଟୁ ଗ୍ରାମରେ ପ୍ରାୟ ଦଶ ଦିନ ହେଲା ଜ୍ୱର ଆତଙ୍କ ଦେଖାଦେଥିବା ଅଭିଯୋଗ ହୋଇଛିି । ଉକ୍ତ ଗ୍ରାମରେ ପ୍ରଥମେ କିଛି ବ୍ୟକ୍ତିଙ୍କୁ ଥଣ୍ଡା, କାଶ ସହ ଜ୍ୱର ହୋଇଥିବା ବେଳେ ଏବେ ଗ୍ରାମର ଜାଗିଲି ନାୟକ (36), ରାଧା ନାୟକ (40), ଗୌରୀ ନାୟକ (65), ଗୀତା ନାୟକ (30), ଚୈତନ୍ୟ ନାୟକ (62), ମାର୍କଣ୍ଡ ନାୟକ (40), ଟୁଡୁକା ନାୟକ (70), ମାଳତୀ ନାୟକ (35), ମୁନା ନାୟକ (3), ସମ୍ବାରି ନାୟକ (40), ଅର୍ଜୁନ ନାୟକ (60), ଶ୍ରୀମତୀ ନାୟକ (25), ରଜନୀ ନାୟକ (25), ଦେବାଶିଷ ନାୟକ (2) ପ୍ରାୟ 20ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଜ୍ୱର, ଥଣ୍ଡା, କାଶ ହୋଇଥିବା ଜଣାପଡ଼ିଛି । ରାସ୍ତା ଭଲ ନଥିବା ବେଳେ ଚିକିତ୍ସା ପାଇଁ ବୋହି ଆଣିବାରେ ଅସୁବିଧା ହେଉଛି ସରକାରୀ ସ୍ୱାସ୍ଥ୍ୟ ଦଳ ଗ୍ରାମରେ ପହଞ୍ଚି ଚିକିତ୍ସା କଲେ ବିଶେଷ ଉପକୃତ ହେବେ ବୋଲି ଆଦିବାସୀ ମାନେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ବୁରାତାଲ ପଞ୍ଚାୟତ ଅଧିନ ହରିଡ଼ାପାଟୁ ଗ୍ରାମଟି ପାହାଡ଼ ଉପରେ ରହୁଥିବା ବେଳେ ସେଠାରେ ପ୍ରାୟ ୩୫ରୁ ଉର୍ଦ୍ଧ ପରିବାର ବସବାସ କରୁଥିଲେ । ତେବେ ଗତ ତିତଲି ବାତ୍ୟା ପରେ ହରିଡ଼ାପାଟୁର ପ୍ରାୟ ବାର ପରିବାର ଧାଡ଼ିଆମ୍ବ ନିକଟ ପାହାଡ଼ ତଳେ ଆସି ବସବାସ କରୁଛନ୍ତି । ତୁରନ୍ତ ଗ୍ରାମରେ ଡ଼ାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା କରାଇବା ପାଇଁ ଦାବି ହୋଇଛି ।
