November 21, 2024

ନବରଙ୍ଗପୁର ଝୁଲି ରହିଛି 500 କୋଟିର ଇଥାନଲ ପ୍ରକଳ୍ପ……

Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଜିଲ୍ଲା ରେ ଚିନି ପରେ ମକା ପରିମାଣମାପ ପ୍ରକଳ୍ପ କରାଯିବ ବୋଲି ବିଗଦ ବିଜେଡି ସରକାର ପ୍ରତିଶୃତି ଦେଇଥିଲେ। ତାହା ପୂରଣ ହୋଇପାରିଲା ନାହିଁ। ତତ୍କାଳୀନ ବିରୋଧୀ ବିଜେପି ଏହାକୁ ନେଇ ବିଧାନସଭାରେ ଉପସ୍ଥାପନ କରିଥିଲା!ରାଜ୍ୟ ସରକାର ଜମି ଯୋଗାଇ ନଥିବାରୁ ପ୍ରକଳ୍ପଗୁଡିକ ହୋଇପାରୁନଥିବା ଅଭିଯୋଗ କରାଯାଇଥିଲା। କେନ୍ଦ୍ର ରେ ବିଜେପି ସରକାର ଆସିବା ପରେ ଜିଲ୍ଲା ରେ ଇଥାନଲ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲା ବିଜେପି। ଏବେ ରାଜ୍ୟରେ ବିଜେପି ସରକାର ଗଠନ ହୋଇ ପ୍ରାୟ ୬ ମାସ ବିତିଲାଣି।ନିଜେ ସରକାର ରେ ରହିକି ଜମି ଯୋଗାଇ ପାରୁନଥିବାରୁ ୫୦୦କୋଟିର ଏହି ଇଥାନଲ ପ୍ରକଳ୍ପ ର ଭାଗ୍ୟ ଝୁଲିରହିଛି ବୋଲି ବିଜେଡି ଜିଲ୍ଲା ସଭାପତି ରମେଶ ମାଝୀ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି।

ପ୍ରକାଶ ଥାଉକି ୨୦୧୯ନିର୍ବାଚନ ସମୟରେ ବିଜେପିର କେନ୍ଦ୍ରୀୟ ନେତା ଉମରକୋଟ ଠାରେ ୫୦୦କୋଟିର ଇଥାନଲ ପ୍ରକଳ୍ପ ଘୋଷଣା କରିଥିଲେ। ଏହି ପ୍ରକଳ୍ପ କୁ ଏଚପିସିଏଲ କମ୍ପାନୀ କରିବ ବୋଲି ନିଷ୍ପତ୍ତି ହୋଇଥିଲା!ସିଙ୍ଗଲ ୱିଣ୍ଡୋ କ୍ଳିଅରାନ୍ସ ପରେ ମଧ୍ୟ ପ୍ରକଳ୍ପ ପାଇଁ ୭୦ଏକର ଜମି ଅଧିଗ୍ରହଣ ହୋଇ ପାରି ନ ଥିବାରୁ ପ୍ରକଳ୍ପ ଅଟକିଥିବା ନେଇ ଚର୍ଚ୍ଚା ହେଉଥିଲା।ତତ୍କାଳୀନ ବିଜେଡି ସରକାର ଏହି ପ୍ରକଳ୍ପ ପାଇଁ ଜମି ଯୋଗାଇପାରୁ ନଥିବା କହି ବିଜେପି ନେତାମାନେ ସମାଲୋଚନା କରିଥିଲେ। ଏଥର ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଂଜିନ ସରକାର ଆସିଛି। ନବରଙ୍ଗପୁର ଜିଲ୍ଲା ରେ ଇଥାନଲ ପ୍ରକଳ୍ପରୁ ଓହରି ଯାଇଛି ହିନ୍ଦୁସ୍ତାନ ପେଟ୍ରୋଲିଅମ କମ୍ପାନୀ ଲିମିଟେଡ଼(ଏଚପିସିଏଲ)। ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମ୍ବାଦିକ ମାନଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ ରେ ଏହା କହିଛନ୍ତି। ଏଥିସହ ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ କେନ୍ଦ୍ର ପେଟ୍ରୋଲିଅମ ଓ କୃଷିମନ୍ତ୍ରୀ ଙ୍କ ସହ ଆଲୋଚନା କରି ପ୍ରକଳ୍ପ ପାଇଁ ବିକଳ୍ପ ଉଦ୍ୟମ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ରେ କେବଳ ୨୪୦ଜଣ ନିଯୁକ୍ତି ପାଇଥାନ୍ତେ ତାହା ନୁହେଁ ପରୋକ୍ଷରେ ହଜାର ହଜାର ଚାଷୀଙ୍କ ଉତ୍ପାଦିତ ମକାର ଅଭାବୀ ବିକ୍ରି ବନ୍ଦ ହୋଇଥାନ୍ତା। କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ଥିବାବେଳେ ଜିଲ୍ଲାରେ ମଧ୍ୟ ଦଳର ମନ୍ତ୍ରୀ ଓ ବିଧାୟକ ଅଛନ୍ତି। ଏଥିପାଇଁ ଏବେ ଅନେକ ସୁଯୋଗ ରହିଛି!ଏହା ସତ୍ୱେ ଆଗାମୀ ଦିନରେ ଯଦି କୌଣସି ଶିଳ୍ପର ବିକାଶ ପାଇଁ ରାସ୍ତା ନ ଫିଟିବ ତା ହେଲେ ଜିଲ୍ଲାବାସୀ ନିରାଶ ହେବା । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଆଗାମୀ ଦିନରେ ଜିଲ୍ଲାରେ ଇଥାନଲ ପ୍ରକଳ୍ପ କୁ ପ୍ରାଧାନ୍ୟ ଦେବାକୁ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ପୂର୍ବତନ ସାଂସଦ ରମେଶ ମାଝୀ।