ବାଣିଜ୍ୟ ବିଭାଗରେ ୨ଦିନିଆ ଦିଗ୍ ଦର୍ଶନ କାର୍ଯ୍ୟକ୍ରମ
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ନଭେମ୍ବର ୫ ଓ ୬ , ୨୦୨୪ ରେ ନବାଗତ ଛାତ୍ରୀଛାତ୍ରଙ୍କ ନିମନ୍ତେ ଦୁଇ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଛାତ୍ରୀଛାତ୍ରଙ୍କୁ ସ୍ନାତ୍ତକୋତ୍ତର ପାଠ୍ୟକ୍ରମ ଓ ପରୀକ୍ଷା ଶୈଳୀ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଯିବା ସହ ବିଭାଗର ଐତିହ, ପରମ୍ପରା, ପୁରାତନ ଛାତ୍ର ଛାତ୍ରୀ ଙ୍କ କୃତିତ୍ବ, ବିଶ୍ବବିଦ୍ୟାଳୟ ର ନିୟମ ଓ ସୁବିଧା ଉପରେ ବିଭାଗର ଅଧ୍ୟାପକ ଓ ଅଧ୍ୟପିକା ଙ୍କ ଦ୍ଵାରା ଆଲୋକପାତ କରାଯାଇଥିଲା। ଏହାପରେ ଛାତ୍ର ଜୀବନରେର ଆଧ୍ଯାମ୍ଭିକତା, ସମାୟାନୁବର୍ଷିତା, ପାଠାଗାରର ସଦୁପଯୋଗ, ମାନସିକ ଚାପ ର ନୀୟତ୍ରଣ , ଦକ୍ଷତା ଓ ଛାତ୍ର ଜୀବନର ଲକ୍ଷନିରୁପଣ ଆଦି ବିଷୟ ଉପରେ ଗୋଟିଏ ଗୋଟିଏ ଅଧିବେଶନ କରାଯାଇଥିଲା। ବିଭାଗର ପୂର୍ବତନ ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର, ଅଙ୍କୁଶପୁର ଇସ୍କନ ର ନିର୍ଦ୍ଦେଶକ ଶ୍ରୀ ହରି ପ୍ରସାଦ ଦାସ, ଟାଟା ଷ୍ଟିଲ ପ୍ରବନ୍ଧକ ଅଶୋକ କୁମାର୍ ରୟ, ବିଶ୍ଵବିଦ୍ୟାଳୟ ର ସହକାରୀ ପାଠାଗାର ଶ୍ରୀ ଅଭିମନ୍ୟୁ ପ୍ରଧାନ ଆଦି ଅତିଥ୍ ରୂପେ ଯୋଗ ଦେଇଥିଲେ । ବାଣିଜ୍ୟ ବିଭାଗର ସଂଯୋଜକ ଶକ୍ତି ରଂଜନ ଦାଶ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରାଯାଇଥିଲା ଓ ବିଭାଗର ସହକାରୀ ଅଧ୍ୟାପକ ଡଃ ମହେଶ୍ୱର ସେଠି, ଡଃ ଚନ୍ଦ୍ରିକା ପ୍ରସାଦ ଦାସ, ଡଃ ଜୀନତା ପଟ୍ଟନାୟକ, ନିତ୍ୟରଞ୍ଜନ ତ୍ରିପାଠୀ ଏହାକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ର ଶେଷରେ ଉଦଯାପନୀ ସଭାରେ ନବାଗତ ଛାତ୍ର ଛାତ୍ରୀ ଙ୍କ ର ଏହି କାର୍ଯ୍ୟକ୍ରମ ଉପରେ ମତାମତ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଶ୍ଵ ବିଦ୍ୟାଳୟର ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଓ ସ୍ନାତ୍ତକୋତ୍ତର ବିଭାଗ ସମୂହର ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ପ୍ରେରଣା ରେ ଆୟୋଜନ କରାଯାଇଥିଲା ।