December 3, 2024

ଉମରକୋଟ, ଦାଦନ ଦେଇଗଲା ଦୁଃଖ ଓ ଯନ୍ତ୍ରଣା , ରୋଜଗାରିଆ ପୁଅ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ,ସରକାରୀ ସହାୟତା ଅପେକ୍ଷାରେ ବୁଢା ବାପା,ମା 

Share

 

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ଦାଦନ ଦେଇଗଲା ଦୁଃଖ ଓ ଯନ୍ତ୍ରଣା, ଦାଦନର କରୁଣ ପରିଣତି ଏତେଯେ ଭୟଙ୍କର ତାହା ଜଣେ ଦାଦନ ଶ୍ରମିକ ଙ୍କ ପରିବାର ଠାରୁ ଅଧିକ କେହି ଜାଣି ପାରବ ନାହିଁ।ଦୁଇ ପଇସା ଅଧିକ ଉପାର୍ଜନ ପାଇଁ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିଲେ ଜଣେ ଯୁବକ କିନ୍ତୁ କାମ କରିବା ସମୟରେ ତିନିମାହଲା କୋଠା ଉପରୁ ତଳେ ପଡି ଦୁର୍ଘଟଣାର ଶିକାର ହୋଇ ହାତ,ଗୋଡ଼, ଅଣ୍ଟା ଭାଙ୍ଗି ଆହାତ ହୋଇ ଆନ୍ଦ୍ରପ୍ରଦେଶର ଏକ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିଶ୍ଚିତ ହେଉଛନ୍ତି।ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳ ଅଧୀନ UV 52 ଗ୍ରାମର ଅଭିଜିତ ମଜୁମଦାର ନାମକ ଯୁବକ, ସେଠାରେ ସେ ତିନି ମହଲା କୋଠାରେ ରଙ୍ଗ ମାରିବା ସମୟରେ କୋଠା ଉପରୁ ପଡି ତାଙ୍କ ହାତ, ଗୋଡ଼, ଅଣ୍ଟା ଭାଙ୍ଗି ଯାଇଥିଲା , ପ୍ରଥମେ ହାଇଦ୍ରାବାଦ ଓ ପରେ ବିଶାଖାପାଟଣା ର ଏକ ଘରୋଇ ମେଡିକାଲ ରେ ଚିକିଶ୍ଚିତ ହୋଇଥିଲେ ବର୍ତ୍ତମାନ BSKY କାର୍ଡ ରେ ଥିବା ସମସ୍ତ ଟଙ୍କା ସରିଯାଇଛି, ଯାହା ଜମି ଥିଲା ତାକୁ ୫ଲକ୍ଷ ରେ ବିକ୍ରି କରି ସବୁତକ ଟଙ୍କା ପୁଅର ଚିକିତ୍ସା ରେ ଲଗେଇ ଦେଲେ , ପୁଅକୁ ସୁସ୍ଥ କରିବା ପାଇଁ ଅଧିକ ଟଙ୍କା ଆବଶ୍ୟକ ପଡୁଛି ସେହି ଚିନ୍ତାରେ ଏବେ ବୁଢା ବାପା, ମା। ଏପଟେ ବୁଢା ବାପା, ମା ପୁଅର ଅବସ୍ଥା ଶୁଣି କୁହୁରି କୁହୁରି କାନ୍ଦୁଛନ୍ତି କିନ୍ତୁ ପୁଅ ପାଖକୁ ନିଜେ ଯାଇ ଦେଖି ପାରୁ ନାହାନ୍ତି କାରଣ ମା ଓ ବାପା ଦୁଇଜଣ ରୋଗୀଣା ମଣିଷ । ଜୀବନ କାଳରେ ଅର୍ଜିତ କରିଥିବା ଜମି ଖଣ୍ଡକୁ ମଧ୍ୟ 5 ଲକ୍ଷ ଟଙ୍କାରେ ବିକ୍ରି କରି ସବୁତକ ଟଙ୍କା ପୁଅର ଚିକିତ୍ସା ରେ ଲଗାଇଲେ ତଥାପି ଆହୁରି ଟଙ୍କା ର ଆବଶ୍ୟକ ରହିଛି ବୋଲି କହୁଛନ୍ତି ଡାକ୍ତର। BSKY କାର୍ଡରେ ଥିବା ଟଙ୍କା ଓ ଜମି ବିକ୍ରିର 5 ଲକ୍ଷ ଟଙ୍କା ସରି ଯାଇଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସରକାରୀ ସହାୟତା ଅପେକ୍ଷାରେ ବୁଢା ବାପା,ମା।ମାଲକାନଗିରି ଜିଲାର ଜଣେ ଠିକାଦାରଙ୍କ ପ୍ରଲୋଭନରେ ପଡି କିଛି ଅଧିକା ଟଙ୍କା ରୋଜଗାର ପାଇଁ କୋଠାବାଡ଼ି କଲର କାମ କରିବା ପାଇଁ ହାଇଦ୍ରାବାଦ ଯାଇଥିଲେ ଅଭିଜିତ କିନ୍ତୁ ବର୍ତ୍ତମାନ ଠିକାଦାର ମୋ ପୁଅକୁ କୌଣସି ସାହାଯ୍ୟ କରୁନାହିଁ ବୋଲି କହିଛନ୍ତି ବୁଢା ବାପା, ମା।ଅନ୍ୟପଟେ ଅଭିଜିତ ଙ୍କୁ ସରକାରୀ ସହାୟତା ଶୀଘ୍ର ଯୋଗାଇ ଦିଆଯାଉ ବୋଲି ସରକାର ଙ୍କୁ ଅନୁରୋଧ କରିଛନ୍ତି ସାହି ବାସିନ୍ଦା। ଘଟଣା ସମ୍ପର୍କରେ ବୁଝିବା ପାଇଁ ନବରଙ୍ଗପୁର ଜିଲା ଶ୍ରମ ଅଧିକାରୀ ଛଟରାୟ ଟୁଡୁ ଙ୍କୁ ପଚାରି ବୁଝିଥିଲୁ ସେ କହିଛନ୍ତି ଏହି ସମ୍ପର୍କ ରେ ଆମ ପାଖରେ ଅଭିଯୋଗ ଆସିଥିଲା ଆମେ ସେ ବିଷୟରେ ତଦନ୍ତ କରିଛୁ ଅଭିଜିତ ସେ ନିଜେ ନିଜ ଇଚ୍ଛା ରେ ଯାଇଥିଲେ ଆମ ପାଖରେ କୌଣସି ପଞ୍ଜିକରଣ କରିନଥିଲେ ଆମେ ତାଙ୍କ ପରିବାର କୁ ମୌଖିକ ଭାବେ ଅଭିଯୋଗ ଦେବା ପାଇଁ କହିଥିଲୁ ଓ ସମ୍ପୃକ୍ତ ଠିକାଦାର ର ଠିକଣା ମାଗିଛୁ ତାଙ୍କ ପରିବାର ଆମକୁ ଦେବାପାରେ ଆମେ କିଛି ସାହାଯ୍ୟ କରିପାରିବୁ ଏବଂ କମ୍ପେନଶେଷନ ବାବଦକୁ ସେ କେସ କରିଲେ ଆମେ ସରକାର ଙ୍କୁ ଘଟଣା ବିଷୟରେ ଅବଗତ କରିବୁ ଓ ଯଥା ଶୀଘ୍ର ସରକାରୀ ସହାୟତା କିପରି ପାଇ ପାରିବେ ସେଦିଗରେ ଚେଷ୍ଟା କରିବୁ ବୋଲି କହିଛନ୍ତି ଜିଲା ଶ୍ରମ ଅଧିକାରୀ। ସେହିଭଳି ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ପଚାରିବାରୁ ସେ କହିଛନ୍ତି ବ୍ୟକ୍ତିଗତ ଭାବେ ମୁଁ ମଧ୍ୟ କିଛି ସାହାଯ୍ୟ କରିଛି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ କିପରି ସହାୟତା ପାଇବେ ସେମାନେ ଆବେଦନ କଲେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା କିପରି ପାଇବେ ମୁଁ ଚେଷ୍ଟା କରିବି ବୋଲି କହିଛନ୍ତି ମନ୍ତୀ ନିତ୍ୟାନନ୍ଦ ଗଣ୍ଡ।