March 12, 2026

ଜିଲ୍ଳା ସରପଞ୍ଚ ସଙ୍ଘ ର ନିଶାଣିମୁଣ୍ଡା ଠାରେ ବୈଠକ।

IMG-20251007-WA0054
Share

 

ଆଜି ତା 0୩/୧୦/୨୦୨୫ ରିଖ ମଙ୍ଗଳବାର ଦିନ କୋରାପୁଟ ଠାରେ ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ଲବ ମୁଦୁଲି ଙ୍କ ସଭାପତିତ୍ବରେ କୋରାପୁଟ ନିଶାଣିମୁଣ୍ଡା ସଭଗୃହରେ ଜିଲ୍ଲା ସରପଞ୍ଚ ସଙ୍ଘ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କୋରାପୁଟ ଜିଳ୍ଲାର ୧୪ ଗୋଟି ବ୍ଲକ୍ ର ସଭାପତି ଓ ଅନ୍ୟାନ୍ୟ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ହୋଇଥିଲେ । ଏଠାରେ ଉପସ୍ଥିତ ସର୍ବ ସହମତି କ୍ରମେ ସରପଞ୍ଚ ମାନଙ୍କ ଅଧିକାର ଓ ଅନ୍ୟାନ୍ୟ କେତୋଟି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ଆସନ୍ତା ୨୬/୧୦/୨୦୨୫ ରବିବାର ଦିନ ଦେଓମାଲି ଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଗଲା।ଏହି ବୈଠକ ରେ କୋରାପୁଟ ଜିଳ୍ଲାର ୧୪ ଗୋଟି ବ୍ଲକ୍ ର ସମସ୍ତ ପଞ୍ଚାୟତ ର ସରପଞ୍ଚ ମାନେ କିପରି ଉକ୍ତ ଦିନ ଉପସ୍ଥିତ ହୋଇ ବୈଠକ କୁ ସଫଳ କରିବେ ତାହାର ଦାୟିତ୍ୱ ବ୍ଲକ୍ ସଭାପତି ମାନଙ୍କୁ ଦାୟିତ୍ୱ ଦିଆଗଲା ।କୋଟପାଡ଼ ବ୍ଲକ ସରପଞ୍ଚ ସଙ୍ଘ ର ସଭାପତି ଶ୍ରୀ ଦେବ ମାଝୀ ସଭା ସାଙ୍ଗ କରି ଧନ୍ୟବାଦ ପ୍ରଦାନ କରିଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର