October 7, 2024

ବାମରା ବନଖଣ୍ଡ ସ୍ତରୀୟ ବିଶ୍ଵ ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ 

Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ବାମରା ବନ ଖଣ୍ଡ ସଭା ଗୃହରେ ଆଜି ବନ ଖଣ୍ଡ ଅଧିକାରୀ ସମୀର ସାହୁଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। । ଏଥିରେ ବିଶିଷ୍ଟ ପରିବେଶବିତ୍ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବନ ଓ ବନ୍ୟ ପ୍ରାଣୀ ଙ୍କୁ ଭଲ ପାଇ ପାରିଲେ ସମଗ୍ର ଜଗତରେ ସମସ୍ତେ ସଂରକ୍ଷଣ ସହ ସାମନ୍ଵୟ ରକ୍ଷା ସମ୍ଭବ ବୋଲି କହିଥିଲେ। ।ଉତ୍ସବରେ ସମ୍ମାନିତ ଅତିଥି ଭାବରେ ବାମରା ବିଡି ଓ ପୁଷ୍ପକ ପ୍ରଧାନ ଯୋଗ ଦେଇ ନିଜ ବ୍ଲକରେ କରିଥିବା ଚର ରୋପଣ ର ବିବରଣୀ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ତହସିଲଦାର ଦିଲ୍ଲୀପ କୁମାର ପ୍ରଧାନ ଖାଲି ଥିବା ଜାଗାରେ ବ୍ୟାପକ ବୃକ୍ଷରୋପଣ ପାଇଁ ଆହ୍ବାନ ଦେଇଥିଲ ।ଟି ଏଫ୍ କଲେଜ ର ଅଧ୍ୟକ୍ଷ ଡ଼ ଅଶୋକ ମେହେର ମଧ୍ୟ ସପ୍ତାହ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଥଲେ ।ଅତିଥି ଗଣ ବନ୍ୟ ପ୍ରାଣୀ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବନ କର୍ମଚାରୀ ଓ ସହାୟକ ମାନଙ୍କୁ ସମ୍ମାନିତ କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ର,ଛାତ୍ରୀ ମନକୁ ସମ୍ମାନିତ କରା ଯାଇ ଥିଲା। ପ୍ରାରମ୍ଭରେ ଅତିଥି ଗଣ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ସହକାରୀ ବନ ସଂ ରକ୍ଷକ ଏ କେ ଷଡ଼ଙ୍ଗୀ ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥଲେ ।