November 26, 2024

ସମ୍ବଲପୁର ଜିଲ୍ଲା ଯାଦବ ପରିବାରର ବନ୍ଧୁ ମିଳନ 

Share

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ଜ଼ିଲ୍ଲା ଯାଦବ ପରିବାର ତରଫରୁ ଏକ ବନ୍ଧୁ ମିଳନ ରବିବାର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥ୍ ଏସ୍.ବି. ୟାଦବ୍ ରାଷ୍ଟ୍ରୀୟ ଯାଦବ ସମାଜର ସଭାପତି, ସମ୍ମାନିତ ଅତିଥୁ ସୁବାସ ଭୋଇ ଆଇନସେବା ବିଭାଗ୍ ଉତ୍କଳ ଯାଦବ ମହାସଭା ଓଡ଼ିଶା, ସଭାପତି ଶ୍ରୀ ସୁରେନ୍ଦ୍ର କୁମାର୍ ବଗର୍ତି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।ଉଦଘାଟନୀ ସମାରୋହରେ ସଂଯୋଜକ ଅନୀଲ ଯାଦବ, ସମ୍ପାଦକ ବିଭୂତି ଭୂଷଣ ବାଗ୍, ହରିଶଙ୍କର ଷଣ୍ଢ, ଉଜ୍ଜ୍ଵଲ ମହାକୁଡ଼, ଦର୍ଶନୀ ଷଣ୍ଢ, ରାଜେନ୍ଦ୍ର ବନ୍ଦୋର୍, ବିଜୟ ଲକ୍ଷ୍ମୀ ବଗର୍ତି, ଶ୍ରୀବସ୍ତ୍ର ଭୋଇ, ଦୁଃଖବନ୍ଧୁ ଧର ଅତିଥି ଭାବେ ଯୋଗ ଦେଇଥିଲେ । ଯାଦବ ପରିବାର ତରଫରୁ ଓଡ଼ିଶାରେ ଏକ ଯାଦବ ଭବନ ନିର୍ମାଣ ପାଇଁ ଅତିଥିମାନେ ଆଗ୍ରହ ପ୍ରକାଶ କରିଥିଲେ ଏବଂ ବୁର୍ଲା ଠାରେ ସବୁ ସମାଜର ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଯାଦବ ପରିବାର ତରଫରୁ ହେଇଥ‌ିବା ପ୍ରସ୍ତାବରେ ମୁଖ୍ୟଅତିଥୁ ଏହି ସବୁ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ସହମତି ପ୍ରକାଶ କରିଥିଲେ । ସମ୍ବଲପୁର ମହାନଗର ନିଗମ ଏବଂ ଜିଲ୍ଲାର ସମସ୍ତ ବ୍ଲକର ଯାଦବ ପରିବାର ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହାସହ ଗୌରହରି ଗୁରୁଙ୍କର ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାଚଗୀତର ଆସର ଜମିଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଦେବାଶିଷ ପ୍ରଧାନ ଏବଂ ସାଥୀ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଏସ୍.ବି. ୟାଦବ ଓଡ଼ିଶା ପ୍ରାନ୍ତର ସଂଗଠନକୁ ସୁଦୃଢ଼ କରିବା ପାଇଁ ଶ୍ରୀ ସୁରେନ୍ଦ୍ର କୁମାର ବଗର୍ତିଙ୍କୁ ଓଡ଼ିଶା ଯାଦବ ଟ୍ରଷ୍ଟ ସଭାପତି, ଶ୍ରୀ ଅନୀଲ ୟାଦବକୁ ଉପାଧ୍ୟକ୍ଷ ଏବଂ ଶ୍ରୀ କିଶୋର ଧରେଇଙ୍କୁ ସାଧାରଣ ସମ୍ପାଦକ ହିସାବରେ ନିଯୁକ୍ତ କରାଗଲା ବୋଲି ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ସମାଜ ପାଇଁ ପ୍ରେରଣା ଦେଇଥୁବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।ଯାଦବ ପରିବାର ଶିକ୍ଷା ସମ୍ମାନରେ ଦେବାନନ୍ଦ ଖର୍ସେଲ – କୁଚିଣ୍ଡା, ସଂସ୍କୃତି ସମ୍ମାନ ଚେତନା ମୟୀ ବେହେରା, ରାଷ୍ଟ୍ରସେବା ସମ୍ମାନ ପିତାବାସ ସାନବଡ଼, ସେବା ସମ୍ମାନ ସଞ୍ଜୟ ବାଗ, ଶିଶୁ ପ୍ରତିଭା ସମ୍ମାନ ଆରାଧ୍ୟା ପ୍ରିୟଦର୍ଶିନୀ, ଜନସେବା ସମ୍ମାନ ତ୍ରିବିକ୍ରମ ପୋଢ଼, ମେଟ୍ରିକ ପରୀକ୍ଷାରେ ସଫଳ ହୋଇଥିବା ପ୍ରିୟଦର୍ଶିନୀ ମଟାରୀ, ମାନସୀ ବାଗ, ପ୍ଲସ୍ ଟୁ ରେ ସଫଳ ହୋଇଥିବା ଭୂମିକା ଛତର, ଶାସୁତୀ ପ୍ରିୟଦର୍ଶିନୀ ନାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed