October 7, 2024

ସୁବଳୟା ମିଶନ ଶକ୍ତି ଠାରେ ରାଷ୍ଟ୍ରୀୟ ପୋଷଣ ଦିବସ ପାଳିତ 

Share

 

 

ଉଲୁଣ୍ଡା, ୭/୧୦-ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ୍ ଅନ୍ତର୍ଗତ ସୁବଳୟା ମିଶନ ଶକ୍ତି ପଞ୍ଚାୟତ ସ୍ତରୀୟ ସଂଘ ଠାରେ ରାଷ୍ଟ୍ରୀୟ ପୋଷଣ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାନେତ୍ରି, ସମ୍ପାଦିକା, ଇସି ସଭ୍ୟା, ସ୍ବୟଂ ସହାୟିକା ଗୋଷ୍ଠୀ ର ସଭ୍ୟା , କିଶୋରୀ ବାଳିକା ଓ ସଂଘ ର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପସ୍ଥିତ ଥିଲେ। ଏମବିକେ ବବିତା ରାଣୀ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସୁବଳୟା ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଯେପରି ଜଣେ ବି ବ୍ୟକ୍ତି ପୃଷ୍ଟିହିନତା ର ଶିକାର ନ ହୁଅନ୍ତି ଏବଂ କେଉଁ ଖାଦ୍ୟ ଖାଇବା ଆବଶ୍ୟକ, କେଉଁ ଖାଦ୍ୟ ଖାଇବା ଦ୍ବାରା ଅପପୃଷ୍ଟି ଜନିତ ରୋଗ ହେବ ନାହିଁ, ରକ୍ତହୀନତା ଦେଖା ଦେବ ନାହଁ ସେହି ବିଷୟ ରେ ଆଲୋଚନା କରିଥିଲେ। ପଞ୍ଚାୟତର ପ୍ରତି ଆଞ୍ଚଳିକ ମଞ୍ଚ ଓ ପ୍ରତ୍ୟେକ ସ୍ବୟଂ ସହାୟିକା ଗୋଷ୍ଠୀ ରେ ଖାଦ୍ୟ, ପୋଷଣ ଓ ସ୍ଵଚ୍ଛତା ଉପରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ। ପରେ ଉକ୍ତ କାର୍ଯ୍ୟକ୍ରମ ରେ ମାଣ୍ଡିଆ ରେ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ କୁ ନେଇ ସଂଘ ର ସଭ୍ୟା ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା । ପୋଷଣ, ଡାଏଟ୍ ପ୍ଲାନ୍, ବିବିଧ ଖାଦ୍ୟ, ସ୍ଵଚ୍ଛତା କୁ ନେଇ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ପରେ ପ୍ରତିଯୋଗିତା ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସଭ୍ୟା ମାନଙ୍କୁ ଓ କିଶୋରୀ ବାଳିକା ମାନଙ୍କୁ ସଭାନେତ୍ରୀ ମୀରା ବାରିକ୍ ଓ ସମ୍ପାଦିକା ମାଧୁରୀ ମେହେର ପୁରସ୍କାର ବିତରଣ କରିଥିଲେ। ପୃଷ୍ଟିହିନତା, ରକ୍ତହୀନତା, ଅପପୃଷ୍ଟି ରୋଗ ରୁ ପଞ୍ଚାୟତବାସି କିପରି ବଞ୍ଚିତ ହେବେ ତାହା ଉକ୍ତ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ଥିଲା।

 

ଉଲୁଣ୍ଡାରୁ ଶାନ୍ତନୁ କୁମାର କର୍ଣ୍ଣ ଙ୍କ ରିପୋର୍ଟ