October 7, 2024

ଟ୍ରକ କଣ୍ଟେନର ସାମ୍ନା ସାମନି ଧକ୍କା:ଦୁର୍ଘଟଣାରେ ଜୀବନ୍ତ ଜଳିଗଲେ କଣ୍ଟେନର ଡ୍ରାଇଭର, ଟ୍ରକ ଡ୍ରାଇଭର ର ମିଳୁନି ପତ୍ତା, ଗୁରୁତର ଖଳାସୀ ଡାକ୍ତରଖାନାରେ ଭର୍ତ୍ତି 

Share

 

 

ସମ୍ବଲପୁର:ଗୌଡ଼ପାଲି ଜମନକିରା ୫୩ ନମ୍ବର ଜାତୀୟ ରାଜପଥ ସାଜିଛି ମରଣ ଯନ୍ତା। ବାରମ୍ବାର ଘଟୁଥିବା ଘଟଣା ପରି ଗତକାଲି ସନ୍ଦ୍ୟା ୬. ୨୨ରେ ଘଟିଥିବା ଘଟଣା ଥିଲା ହୃଦୟ ବିଦାରକ।

 

କଦଳୀପାଳ ଛକ ମଝି ସାତଗଛିଆ ଘାଟି ଉପରେ କଲିକତା ଅଭିମୁଖେ ଯାଉଥିବା ଏକ କଣ୍ଟେନର(ଏନଏଲ ୦ଏ ୫୪୨୩) ସହିତ ସମ୍ବଲପୁର ଅଭିମୁଖେ ଆସୁଥିବା ଆଇରନ ଗାଡି ମଧ୍ୟରେ ମୁହାଁ ମୁହିଁ ଧକ୍କା ପରେ ହଠାତ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଘଟଣା ଘଟିବାର କିଛି ମୁହୂର୍ତ୍ତ ମଧ୍ୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସାଉଦ ଖାଁ ନାମକ ଜଣକୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ରେ ବୁର୍ଲା ଭୀମସାର କୁ ପଠାଇ ଦିଆଯାଥିଲା। ଦୁର୍ଘଟଣା ପରେ ନିଆଁ ମାଡି ଚାଲିଥିବାରୁ ଓ ବାରମ୍ବାର ପ୍ରଚଣ୍ଡ ଶବ୍ଦ ଯୋଗୁଁ ଦୁର୍ଘଟଣା ସ୍ଥଳକୁ ଯିବା ଆଉ ସମ୍ଭବ ହୋଇନଥିଲା।ଫଳରେ ଉଭୟ ଗାଡି ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଭଳି ଆଶାଙ୍କା ପ୍ରକଟ ହୋଇଥିଲା। ବିଳମ୍ବରେ ହେଲେ ମଧ୍ୟ୍ୟ ଜମନକିରା ଓ ସମ୍ବଲପୁରରୁ ଦମକଳ ବାହିନୀ ଆସି ନିଆଁ କୁ ଆୟତ୍ତ କରିବା ପରେ କଣ୍ଟେନର ଡ୍ରାଇଭରର କିଛି ଦଗ୍ଧ ଶରୀର ଅଂଶ ଦେଖିବାକୁ ମିଳିଥିବା ବେଳେ ଲୁହାବୁଝେଇ ଟ୍ରକ ଡ୍ରାଇଭରର କୌଣସି ଚିହ୍ନ ବର୍ଣ୍ଣ ମିଳିନଥିବାରୁ ଏହା ତଦନ୍ତ ସାପେକ୍ଷ ବୋଲି ଜମନକିରା ଆଇଆଇସି ପଦ୍ମାଲୟା ସାହୁ ସୂଚନା ଦେଇଛନ୍ତି। ଅପର ପକ୍ଷରେ ଏହି ଭୟାଵହ ଦୁର୍ଘଟଣା ଓ ଅଗ୍ନିକାଣ୍ଡ ଯୋଗୁଁ ରେସକ୍ୟୁ ଅପରେସନ ଏକ ଚ୍ୟାଲେଞ୍ଚ ହୋଇଥିବା ବେଳେ ଘଟଣା ସ୍ଥଳରେ ଜମନକିରା ଓ ଗୌଡ଼ପାଲି ପୋଲିସ ଟିମ ସହିତ କୁଚିଣ୍ଡା ଏସ୍ଡ଼ିପିଓ ଅମିତାଭ ପଣ୍ଡା, ଜମନକିରା ତହସିଲଦାର ହରିକୃଷ୍ଣ ବରିହା, ସମ୍ବଲପୁର ଏଆରଟିଓ କାହ୍ନୁ ଚରଣ ବାନ୍ଦ୍ରା, ରେସକ୍ୟୁ ଟିମ ଓ ସ୍ଥାନୀୟ କିଛି ସାମାଜିକ କର୍ମୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅବିଳମ୍ବେ ଗମନାଗମନ ସୁଗମ ହୋଇଥିଲା।ଦୁର୍ଘଟଣା ଗ୍ରସ୍ତ ଗାଡିକୁ ରାସ୍ତାରୁ ହଟାଇ ଦିଆଯାଇଥିଲା। ଫଳରେ ଉଭୟ ପାର୍ଶ୍ଵରେ ଅଟକି ରହିଥିବା ଶହ ଶହ ଗାଡି ରାତି ୧୧ଟା ପରେ ସ୍ୱାଭାବିକ ଚଳାଚଳ କରିଥିଲା। ରାଜପଥ ଜାମ ହେବା ଆଶଙ୍କାକୁ ଏଡାଇବା ପାଇଁ ସଦର ପୋଲିସ ମଧ୍ୟ୍ୟ ପ୍ରତିକାରାତ୍ମକ ବ୍ୟବସ୍ତା କରିଥିବାରୁ ପୂର୍ବ ଘଟଣାକ୍ରମର ଦିନ ଦିନ ଧରି ଘାଟି ଉପରେ ଗାଡି ଜାମ ହେବା ଭଳି ଅଵ୍ୟବସ୍ତାକୁ ସହଜରେ ଏଡାଇ ଦିଆଯାଇଥିଲା। ଘଟଣା ସ୍ଥଳରେ ଥିବା ଜଣେ ସାମାଜିକ କର୍ମୀଙ୍କ ପ୍ରଶାସନିକ କଳକୁ ମାର୍ଗଦର୍ଶନ ଓ ପ୍ରଶାସନିକ କଳ ତାକୁ କାର୍ଯ୍ୟରେ ଦେଖାଇବା ଭଳି ପଦକ୍ଷେପ ଯୋଗୁଁ ରାସ୍ତା ଜାମ ଭଳିଆଶଙ୍କା ଦୂର ହୋଇ ପାରିଥିଲା । ତେବେ ଘଟଣାକୁ ନେଇ ଜମନକିରା ପୋଲିସ ତତ୍ପରତା ଦେଖାଇ ତଦନ୍ତ ଅବ୍ୟାହତ ରଖିଛି।

You may have missed