March 11, 2026

ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ଦେହାନ୍ତ

IMG-20250907-WA0086
Share

 

ନୀଳଗିରି,( ଦେବାଶିଷ ଦାଶ )

ନୀଳଗିରି ବଣସୀମା ବରହମପୁର ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ (୭୧) ବୟସରେ ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନ ଧରି ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିଲେ। ରବିବାର ଦିନ ତାଙ୍କ ବାସଭବନ ଧରମପୁର ରେ ଦେହାନ୍ତ ହୋଇଥିବା ବେଳେ ଖବର ପାଇ ବହୁ ବରିଷ୍ଠ କଂଗ୍ରେସ ନେତା ଶେଷ ଦର୍ଶନ କରିଛନ୍ତି। ସେ ୧୯୯୭ ରେ କଂଗ୍ରେସ ଦଳର ସରପଞ୍ଚ ହୋଇଥିଲେ। ଏକ ଧାରାରେ ସେ ଜଣେ ପରଉପକାରୀ, ମିଷ୍ଟଭାଷୀ, ମେଳାପି ପ୍ରକୃତିର ମଣିଷ ଥିଲେ। ନୀଳଗିରି କଂଗ୍ରେସ ଦଳ ପକ୍ଷରୁ ମରଶରୀର ଉପରେ କଂଗ୍ରେସର ଦଳୀୟ ପତାକା ପକାଯାଇଥିଲା। ଏହି ଅବସରରେ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, କଂଗ୍ରେସର ଯୁବନେତା ଆଶିଷ ପଟ୍ଟନାୟକ, ତପନ ରାଉତ, ଅକ୍ଷୟ ବେହେରା, ଯଶୋଦା ନନ୍ଦନ ସିଂହ, ମିଲା ବେହେରା, ସୁରେନ୍ଦ୍ର ଦାସ, ସୁରେଶ ଶଙ୍ଖୁଆ, ରାମ ଜେନା, ଶତ୍ରୁଘ୍ନ ପୃଷ୍ଟି, କୁଳମଣି ନାୟକ, ଯୋଶଦାରାଣି ନାୟକ, ସମେତ ଦୁର୍ଗା ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ। ବଡ଼ ପୁତ୍ର ଅନୀଲ ବେହେରା ମୁଖାଗ୍ନି ଦେଇଥିଲେ।