ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଭୋଗରାଇ ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ..

ଭୋଗରାଇ(ଦେବାଶିଷ ଦାଶ)
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଆସୋସିଏସନ୍ ଅଫ୍ ଟ୍ଵିଟର ଏକ୍ଟିଭିଷ୍ଟସ୍(ଆଟା)ର ଟ୍ଵିଟର ଏକ୍ଟିଭିଷ୍ଟସ ମାନେ ଜଳେଶ୍ଵରପୁର ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ବିଭାଗ ଖୋଲିବା ସହିତ ବିଶେଷଜ୍ଞ ଡାକ୍ତର ନିଯୁକ୍ତ କରିବା ଓ ବିଭିନ୍ନ ରୋଗର ପରୀକ୍ଷା ନିରୀକ୍ଷା କରିବା ପାଇଁ ଉନ୍ନତ ମାନର ଯନ୍ତ୍ର ସରଞ୍ଜାମ ଯୋଗାଇ ଦେବା ପାଇଁ ଦାବି ପତ୍ର ପ୍ରଦାନ କରି ଜଣାଇଛନ୍ତି।ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ ହେଉଛି ସର୍ବବୃହତ୍ତ ବ୍ଲକ।ସମୁଦାୟ ୫୦ ଟି ପଞ୍ଚାୟତକୁ ନେଇ ଭୋଗରାଇ ବ୍ଲକ ଗଠିତ ଭୋଗରାଇ ବ୍ଲକର ପ୍ରମୁଖ ଡାକ୍ତରଖାନା ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର।ସାଢ଼େ ୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଭୋଗରାଇ ବ୍ଲକରେ ରୋଗୀ ସେବା ପାଇଁ ଶିଶୁ, ମେଡ଼ିସିନ୍, ଚକ୍ଷୁ,ଇଏନଟି ପରି ଅନେକ ବିଭାଗ ନ ଥିବାରୁ ପ୍ରତିଦିନ ହଜାର ହଜାର ଗରିବ ରୋଗୀ ନାହିଁ ନ ଥିବା ସଙ୍ଗେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ନିଜର ଜୀବନ ବଞ୍ଚାଇବା ପାଇଁ ବହୁ କଷ୍ଟରେ ରୋଗୀ ମାନେ ନିଜର ବହୁ ସମୟ, ଶ୍ରମ ଓ ଅର୍ଥ ବ୍ୟୟ କରି ଶହେ କିଲୋମିଟର ବାଲେଶ୍ବର ଏବଂ ୩ ଶହ କିଲୋମିଟର ଦୂର କଟକ ଓ ଭୁବନେଶ୍ବର ଯିବା ପାଇଁ ବାଧ୍ଯ ହେଉଛନ୍ତି।ଅନେକ କ୍ଷେତ୍ରରେ ରାସ୍ତାରେ ରୋଗୀଙ୍କ ମୃତ୍ୟୁ ହେଉଥିବା ନଜିର ମଧ୍ୟ ରହିଛି। ଆମେ ସାଧାରଣ ଲୋକଙ୍କର ନିଜେ ଏହିପରି ଅନେକ ସମସ୍ୟାକୁ ସାମ୍ନା କରି ଅଙ୍ଗେ ନିଭାଇଛୁ ବାରମ୍ଵାର ଦାବି ପରେ ମଧ୍ଯ ଡାକ୍ତରଖାନା ଗୁଡିକରେ ଡାକ୍ତର ନିଯୁକ୍ତି ଦିଆଯାଉ ନାହିଁ କି ଅତି ଜରୁରୀ ବିଭାଗ ଗୁଡ଼ିକ ଖୋଲା ହେଉନାହିଁ।ଭୋଗରାଇ ବ୍ଲକର ପ୍ରମୁଖ ଡାକ୍ତରଖାନା ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ ଜଣ ଡାକ୍ତର ନିଯୁକ୍ତି ହେବା ସରକାରୀ ନିୟମ ଥିଲା ବେଳେ ଏଠାରେ ମାତ୍ର ୭ ଜଣ ଡାକ୍ତରରେ ରୋଗୀ ସେବା ଚାଲିଛି। କେବଳ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଛଡା ଅନ୍ୟ ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାନ୍ତି।
ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡ଼ିସିନ,ଇଏନଟି ଓ ଶିଶୁ ରୋଗ ବିଭାଗ ଖୋଲିବା ସହିତ ତୁରନ୍ତ ବିଶେଷଜ୍ଞ ଡାକ୍ତର ନିଯୁକ୍ତ କରିବା ପାଇଁ ଆମ ଆସୋସିଏସନ୍ ଅଫ୍ ଟ୍ଵିଟର ଏକ୍ଟିଭିଷ୍ଟସ୍ (ଆଟା)ର ବାଲେଶ୍ବର ଜିଲ୍ଲା ସଂଯୋଜକ ମୁକେଶ ଦଳାଇ ଭୋଗରାଇ ବ୍ଲକ ଯୁଗ୍ମ ଜନ ଶୁଣାଣୀ ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହିତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, ମୁଖ୍ୟମନ୍ତ୍ରୀ)ଙ୍କୁ ଅନଲାଇନ୍ ଯୋଗେ ଦାବି ପତ୍ର ପ୍ରଦାନ କରି ଜଣାଇଥିଲେ ମଧ୍ୟ ବର୍ତ୍ତମାନ କୌଣସି ସୁଫଳ ମିଳି ନାହିଁ। ସିଡିଏମଓ ବାଲେଶ୍ବର ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ମଧ୍ୟ ଚିଠି କରିଥିଲେ ମଧ୍ୟ ବର୍ତ୍ତମାନ ଯାଏ କୌଣସି କାର୍ଯ୍ୟକାରୀ ହୋଇନାହିଁ Iଭୋଗରାଇ ବିଧାୟକ ଟ୍ଵିଟର ଏକ୍ଟିଭିଷ୍ଟ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି ନିଶ୍ଚୟ ଏହା ଉପରେ ଧ୍ୟାନ ଦେଇ ଶୀଘ୍ର କାର୍ଯ୍ୟକାରୀ କରାଇବେ।ଆସୋସିଏସନ୍ ଅଫ୍ ଟ୍ଵିଟର ଏକ୍ଟିଭିଷ୍ଟସ୍ (ଆଟା)ର ବାଲେଶ୍ବର ଜିଲ୍ଲା ସଂଯୋଜକ ମୁକେଶ ଦଳାଇ,ଅତିରିକ୍ତ
ଜିଲ୍ଲା ସଂଯୋଜକ ପୂର୍ଣ୍ଣଚନ୍ଦ୍ର ଜେନା,ଭୋଗରାଇ ବ୍ଲକ ରାଜୁ କୁମାର ଦଳାଇ ଓ ନଳିନୀକାନ୍ତ ଜେନା ପ୍ରମୁଖ ବିଧାୟକଙ୍କ ବାସଭବନରେ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି।
