March 12, 2026

ଚିନ୍ମୟ ଚିଦଘନ ରସମୟ କୃଷ୍ଣ ଓ ଆନନ୍ଦରୂପିଣୀ ରାଧାଙ୍କର ଚରିତ୍ର ହିଁ ଭାଗବତ

IMG-20250907-WA0033
Share

ଖୋର୍ଦ୍ଧା–(ପ୍ରିୟଙ୍କା ମହାପାତ୍ର)-ଭାବ, ଜ୍ଞାନ, ବ୍ରହ୍ମ, ତତ୍ୱ ର ସମାହାର ହେଉଛି ଭାଗବତ l ଚିନ୍ମୟ ଚିଦଘନ ରସମୟ କୃଷ୍ଣ ଆନନ୍ଦ ରୂପିଣୀ ରାଧା ଙ୍କର ଚରିତ୍ର ହିଁ ଭାଗବତ ବୋଲି ଭକ୍ତି ବେଦାନ୍ତ ବୋଧାୟନ ମହାରାଜ ପ୍ରବକ୍ତା ଭାବରେ ଶ୍ରୀ ଶ୍ରୀ ରାଧା ବଲ୍ଲଭ ଦେବଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥିବା ଶ୍ରୀମଦ ଭାଗବତ ପାରାୟଣ ର ଅନ୍ତିମ ଦିବସରେ ଯୋଗଦେଇ କହିଥିଲେ l ‘ କୃଷ୍ଣ ତୁ ଭଗବାନ ସ୍ୱୟଂ ‘ ଶ୍ରୀକୃଷ୍ଣ ଭାଗବତ ର ନାୟକ, ଦ୍ୱାଦଶ ସ୍କନ୍ଦ ଭାଗବତ ଆମୂଳ ଚୁଳ ପର୍ଯ୍ୟନ୍ତ କୃଷ୍ଣ ଚରିତ୍ର ହିଁ ଆଲୋଚ୍ୟ ର ବିଷୟବସ୍ତୁ l ତାଙ୍କ ଗୁଣ କୀର୍ତ୍ତନ ରେ ଶୁକଦେବ ଯେପରି ନିଜକୁ ଭୁଲି ଯାଇଛନ୍ତି, ପରୀକ୍ଷିତ ମଧ୍ୟ ସେହିପରି ଭାବବିହ୍ଵଳ ହୋଇ କୃଷ୍ଣ ଚରିତ ସୁଦ୍ଧା ପାନ କରିଛନ୍ତି l ଭାଗବତ ହେଉଛି ଓଡ଼ିଆ ଜାତି ପକ୍ଷରେ ବେଦ ପରି ପବିତ୍ର ଯାହା ଓଡିଶା ରେ ସାଂସ୍କୃତିକ ବିପ୍ଳବ ସୃଷ୍ଟି କରିପାରିଛି l ଭାଗବତ ପଠନ ରେ ମୁକ୍ତି ର ମାର୍ଗ ପ୍ରଶସ୍ତ ହୋଇଥାଏ l ଏହି ପବିତ୍ର ଭାଗବତ ପାରାୟଣ ରେ ପ୍ରତ୍ୟେହ ସାଧୁ ପ୍ରଭୁ ପାରାୟଣ ଆଚାର୍ଯ୍ୟ ଭାବେ ଭାଗବତ ପାଠ କରୁଥିଲେ l ଏହି ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ କୁ ଭାଗବତ ପ୍ରଚାର ସମିତି ର କର୍ମକର୍ତ୍ତା, ଅଧ୍ୟାପକ ସୁଶାନ୍ତ ମିଶ୍ର, ରବି ନାରାୟଣ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ହରି ପ୍ରସାଦ ଦୋରା, ଲାଲା କାଶୀ ନାଥ ରାୟ, ଚିତ୍ତ ରଞ୍ଜନ ଦାସ, ସୂର୍ଯ୍ୟ ନାରାୟଣ ପାତ୍ର, ଅବନୀ କୁମାର ଦାସ ପରିଚାଳନା କରିଥିଲେ l ପ୍ରତ୍ୟେହ ଏହି ଭାଗବତ କାର୍ଯ୍ୟକ୍ରମ ରେ ପ୍ରଚାର ସମିତି ର ସଭାପତି ଅମୁଲ୍ୟ କୁମାର ମହାନ୍ତି, ଅଜିତ କୁମାର ପଟ୍ଟନାୟକ ଓ ସମସ୍ତ ସଭ୍ୟ ଯୋଗଦେବା ସହ ଖୋର୍ଦ୍ଧା ସହର ଓ ବିଭିନ୍ନ ପ୍ରାନ୍ତ ରୁ ବହୁ ସଂଖ୍ୟାରେ ଭାଗବତ ପ୍ରେମୀ ଯୋଗ ଦେଇଥିଲେ l ଆସନ୍ତା ଆଠ ତାରିଖ ରେ ଡ଼ଃ ଆଶୁତୋଷ ପ୍ରସାଦ ମିଶ୍ର ପ୍ରବଚକ ଭାବେ ଯୋଗଦେବେ ଏବଂ ରାତ୍ର ନଅ ଘଟିକା ଠାରୁ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଛି ବୋଲି ଭାଗବତ ପ୍ରଚାର ସମିତି ପକ୍ଷରୁ ସୂଚନା ଦିଆ ଯାଇଛି l