ଉମରକୋଟ ରେ ପବିତ୍ର ଗୁରୁ ଦିବସ ଅବସରରେ ସୀଙ୍ଗିଶାରି ସାଧନ କେନ୍ଦ୍ର ପରିସରରେ ଏହି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ………

ଉମରକୋଟ:- (ଏମ୍.ଦୀନା°ଶୂ ଆଚାରୀ) ଉମରକୋଟ ବ୍ଲକ ସୀଙ୍ଗିଶାରି ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀଯୁକ୍ତ ଡମ୍ବୁରୁ ହରିଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଗତ ଜୁଲାଇ ମାସ ୩୧ ତାରିଖ ଦିନ ଚାକିରିରୁ ଅବସର ନେଇଥିବା ପୋନାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ କୃତି ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ ପଟ୍ଟନାୟକଙ୍କୁ ଅବସର କାଳୀନ ତଥା ଏହି କ୍ଲଷ୍ଟରରୁ ବଦଳି ହୋଇଥିବା ଶିକ୍ଷକ ଦ୍ବୟ ଶ୍ରୀଯୁକ୍ତ ହେମନ୍ତ ଭତରା ଓ ଶ୍ରୀଯୁକ୍ତ ଅର୍ଜ୍ଜୁନ ଗଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ପୁଜାରୀ, ଶ୍ରୀଯୁକ୍ତ ମଦନ ସିଂ ପୁଜାରୀ ଓ ଶ୍ରୀଯୁକ୍ତ ସୁକଚାନ୍ଦ୍ ପୁଜାରୀ । ଏହି ସଭାରେ ଅତିଥିବୃନ୍ଦ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ ପଟ୍ଟନାୟକଙ୍କ ଆଦର୍ଶ ଓ କର୍ତ୍ତବ୍ୟନିଷ୍ଠ କର୍ମମୟ ଜୀବନର ସ୍ମୃତିଚାରଣ କରିବା ସହ ମାନପତ୍ର, ସଲ୍ ଓ ବ୍ଲେଜର ଉପହାର ପ୍ରଦାନ କରିଥିଲେ। ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ବିଦାୟୀ ଶିକ୍ଷକଙ୍କ କର୍ମ ତତ୍ପର ବ୍ୟକ୍ତିତ୍ଵ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ପେନସନ ପ୍ରଦାନରେ ବିଳମ୍ବ ଘଟୁଥିବା ହେତୁ ଅସନ୍ତୋଷ ପ୍ରକାଶ କରିଥିଲେ ହେଁ ରାଜ୍ୟ ଭା ଜ ପା ସମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ପ୍ରତିଶ୍ରୁତି ମିଳିଥିବା ହେତୁ ମାନ୍ୟବର ମନ୍ତ୍ରୀଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଆଶା ପ୍ରକାଶ କରିଥିଲେ । ମୁଦିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ପଟ୍ଟନାୟକ ସଭା କାର୍ଯ୍ୟ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପୋନାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଲଡୁ କିଶୋର ସାବତ ।
