March 10, 2026

ଭବାନୀପାଟଣା ସ୍ଥିଥ ଦିବ୍ୟ ଜ୍ୟୋତି ପବ୍ଲିକ ସ୍କୁଲରେ ଆଜି ଗଣେଶ ଚତୁର୍ଥୀ ଉପଲକ୍ଷେ ବିଦ୍ୟାଦାତା ଓ ବିଘ୍ନନାଶନ ପ୍ରଭୁ ଶ୍ରୀ ଶ୍ରୀ ଗଣପତିଙ୍କର ପୂଜାନ୍ନୋତ୍ସବ ଅନୁଷ୍ଠିତ ହୋଇଯାଇଛି।

IMG-20240907-WA0055
Share

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ ):ଭବାନୀପାଟଣା ସ୍ଥିଥ ଦିବ୍ୟ ଜ୍ୟୋତି ପବ୍ଲିକ ସ୍କୁଲରେ ଆଜି ଗଣେଶ ଚତୁର୍ଥୀ ଉପଲକ୍ଷେ ବିଦ୍ୟାଦାତା ଓ ବିଘ୍ନନାଶନ ପ୍ରଭୁ ଶ୍ରୀ ଶ୍ରୀ ଗଣପତିଙ୍କର ପୂଜାନ୍ନୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ଦ୍ୱାରା ଶ୍ରୀ ଶ୍ରୀ ଗଣପତିଙ୍କ ପୂଜା ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି। ପୂଜା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜି ଭବାନୀପାଟଣା ସହର ଗଣେଶ ପୂଜା ପାଇଁ ସର୍ବତ୍ର ଆନନ୍ଦମୁଖର। ସହରର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ସହରର ପ୍ରତ୍ୟେକ ଛକ, ସାହି ଏବଂ ଗଳିକନ୍ଦିରେ ଶତାଧିକ ଗଣେଶ ମୂର୍ତ୍ତି ସ୍ଥାପନ କରି ପୂଜା ଅର୍ଚନା କରାଯାଇଛି। ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସହର ସାରା ସବୁ ସ୍ଥାନରେ ଏକ ଭକ୍ତିମୟ ପରିବେଶ ଓ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି।