August 7, 2026

ବନ ବିଭାଗର ୩୨ହେକ୍ଟର ଜମିରେ ୮୦ ହଜାର ଚାରା ରୋପଣ

IMG-20260807-WA0120
Share

 

ଅସ୍ତରଙ୍ଗ, ପୁରୀ ବନ୍ୟ ପ୍ରାଣୀ ବନଖଣ୍ଡ ର ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ସହନ ପ୍ରସ୍ତାବିତ୍ତ ସଂରଖିତ ଜଙ୍ଗଲ ମଧ୍ୟରେ ୨୦୨୪-୨୦୨୫ ଆର୍ଥିକ ବର୍ଷ ରେ ୩୨ ହେକ୍ଟର ଝାଉଁ ପ୍ଳାଣ୍ଟେସନ ରେ ୮୦ ହଜାର ଚାରା ରୋପଣ କରା ଯାଇ ଅଛି ବୋଲି ବନ ବିଭାଗ ଓ ସେଥିରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସୂତ୍ରରୁ ଜଣା ପଡିଛି l ବାଲି ବନ୍ତ ସହ ବିଭିର୍ଣ୍ଣ ଜାଗାରେ, ପାଣି ଜମି ରହିବା,ଚାଣର ଭୂମି ଓ ଗୋଠ ରହି ଥିବାରୁ ସେହି ସ୍ଥାନରେ ଗଛ ଲାଗିଥିଲେ ମଧ୍ୟ ସେ ଗଛ ନ ବଢ଼ି ପାରି ଆସ୍ତେ ଆସ୍ତେ ବଢୁ ଥିବା ବେଳେ, ତା ସଙ୍ଗେ ଲାଗିଥିବା ହଯାର ହଜାର ଝାଉଁ ଗଛ ଆଠ ଫୁଟ ରୁ ଦଶ ଫୁଟ ହୋଇ ପାରିଛି ବୋଲି ସୁଧୀକେଶ୍ୱର ର ବିଜୟ ନାୟକ, ସହନ ର ଦୁଃଶାସନ ନାୟକ,ବଳଭଦ୍ରପୁର ର ଗୟାଧର ପରିଡା, ଗୁଣ୍ଡଳବା ଗ୍ରାମର ହରଷ ସ୍ୱାଇଁ ପ୍ରମୁଖ ଶ୍ରମିକ ପ୍ରକାଶ କରି ଛନ୍ତି l ବର୍ଷା, ବାତ୍ୟା ଓ ଲୁଣା ମାଡର ସିକାର ହେଉଥିବା ଗ୍ରାମ ଗୁଡିକ ଯେପରି କ୍ଷୟ କ୍ଷେତ୍ତି ନ ହୁସନ୍ତି, ବନ ବିଭାଗ ର ଏହିପରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ସାଧାରଣ ରେ ପ୍ରଂଶସା କରା ଯାଉଥିବା ବେଳେ, କିଛି ନେସ୍ଥ ସ୍ୱାର୍ଥ ବ୍ୟକ୍ତି ନିଜର ସ୍ୱାର୍ଥ ହାସଲ ପାଇଁ, ନୂତନ ଜଙ୍ଗଲ ସୃଷ୍ଟି ଓ ତାର ରକ୍ଷା ଲାଗି ଅଞ୍ଚଳ ବାସି ଓ ବନ ବିଭାଗ ନେଇଥିବା ପଦକ୍ଷେପ ଉପରେ ବାର ମ୍ବାର ଅପ ପ୍ରଚାର କରୁଥିବା ରୁ ସମୁଦ୍ର ତଟ ବାସି ଏହି ସବୁ ଖବର କୁ ଘୋର ନିନ୍ଦା କରିବା ସହ, ଦଲାଲ ଗିରି କରି ଅର୍ଥ ଉପାର୍ଜନ ନ କରିବାକୁ ସତର୍କ କରାଇ ଦେଇ ଛନ୍ତି