March 11, 2026

ଟାଟା ଷ୍ଟିଲ ମେରାମଣ୍ଡଳୀ କର୍ମଚାରୀଙ୍କ ଦ୍ବାରା ସ୍ୱେଚ୍ଛାସେବା

IMG-20250807-WA0096
Share

            ଟାଟା ଷ୍ଟିଲ ମେରାମଣ୍ଡଳୀ କର୍ମଚାରୀଙ୍କ ଦ୍ବାରା ସ୍ୱେଚ୍ଛାସେବା

 

ଏନଏଚ-55ରେ ବୁଲା ଗୋରୁଙ୍କଠାରେ ଲାଗିଲା ରେଟ୍ରୋରିଫ୍ଲେତିଭ୍ ବ୍ୟାଣ୍ଡ

 

କଣ୍ଟାବଣିଆ ବଜାରରେ ଡଷ୍ଟବିନ୍‌ ବଣ୍ଟନ, ସ୍ଵଚ୍ଛତା ସଚେତନତା

 

 

ମେରାମଣ୍ଡଳୀ, 07/08/2025:କର୍ମଚାରୀ ସ୍ୱେଚ୍ଛାସେବା ଅନ୍ତର୍ଗତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍)ର କର୍ପୋରେଟ ସର୍ଭିସେସ ବିଭାଗର କର୍ମଚାରୀମାନେ ସ୍ୱେଚ୍ଛାସେବା ମନୋଭାବ ନେଇ ଜାତୀୟ ରାଜପଥ 55 ଓ ଟିଏସ୍ଏମ୍ କାରଖାନା ପାର୍ଶ୍ଵବର୍ତ୍ତୀ ସଡକରେ ବୁଲୁଥିବା ଗୋରୁମାନଙ୍କ ଯୋଗୁ ଦୈନନ୍ଦିନ ଘଟୁଥିବା ସଡ଼କ ଦୁର୍ଘଟଣା ହ୍ରାସ କରିବା ଲାଗି ଏକ ଛୋଟ ପ୍ରୟାସ କରିଛନ୍ତି ।ବୁଲା ଗୋରୁମାନେ ସାଧାରଣତଃ ରାସ୍ତାରେ ବିଶ୍ରାମ ନେଇଥାନ୍ତି କିମ୍ବା ଶୋଇଥାନ୍ତି । ଏହାଫଳରେ ରାସ୍ତାରେ ଗାଡ଼ି ଚଲାଉଥୁବା ଚାଳକମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ବିଶେଷକରି ସନ୍ଧ୍ୟା ପରେ ତଥା ସ୍ୱଳ୍ପ ଆଲୋକ ସମୟରେ ଦୁର୍ଘଟଣା ଅଧିକ ହୋଇଥାଏ । ଫଳରେ ଉଭୟ ଗାଡି ଚାଳକ ଓ ଗୋରୁ ଆହତ ହୋଇଥାନ୍ତି ।

ତେଣୁ ବୁଲାଗୋରୁ ଓ ଗାଡି ଚାଳକଙ୍କ ସୁରକ୍ଷା ନିମନ୍ତେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର କର୍ମଚାରୀମାନେ ପାଖାପାଖି 80 ଗୋରୁଙ୍କଠାରେ ରେଟ୍ରୋରିଫ୍ଲେକ୍ଟିଭ୍ ବ୍ୟାଣ୍ଡ୍ ଲଗାଇଛନ୍ତି । ଏହି ପଦକ୍ଷେପ ଯୋଗୁ ସ୍ୱଚ୍ଛ ଆଲୋକ ତଥା ସନ୍ଧ୍ୟା ପରେ ରାସ୍ତାରେ ଶୋଇଥିବା ଗାଈମାନଙ୍କୁ ଗାଡିଚାଳକମାନେ ସ୍ପଷ୍ଟ ଭାବେ ଦେଖିପାରିବେ ଓ ଦୁର୍ଘଟଣା ଯଥେଷ୍ଟ କମିବାର ସମ୍ଭାବନା ରହିଛି ।ସେହିପରି, ଟାଟା ଷ୍ଟିଲ କଳିଙ୍ଗନଗର ଓ ଟାଟା ଷ୍ଟିଲ ମେରାମଣ୍ଡଳୀର ସୁରକ୍ଷା ବିଭାଗ ମୁଖ୍ୟ ଶ୍ରୀ ପ୍ରକାଶ ସଞ୍ଜୟଙ୍କ ନେତୃତ୍ୱରେ ସ୍ୱଚ୍ଛତା ଓ ପରିବେଶ ଦାୟିତ୍ବବୋଧକୁ ପ୍ରୋତ୍ସାହନ ଦେବା ଲାଗି କଣ୍ଟାବଣିଆ ବଜାରରେ ଏକ ସ୍ଵଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା । ପ୍ରଶାସନ ବିଭାଗ, ସିଏସ୍‌ଆର୍ ବିଭାଗ, ସିକ୍ୟୁରିଟି ବିଭାଗ ଓ କଂଟାବଣିଆ ପୋଲିସର ମିଳିତ ସହ‌ଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏନଏଚ-55 ପାର୍ଶ୍ୱ କଂଟାବଣିଆ ଛକର ପ୍ରମୁଖ ସ୍ଥାନଗୁଡିକରେ ଡଷ୍ଟବିନ୍ ବଂଟନ କରାଯାଇଥିଲା । ସେଠାରେ ଉପସ୍ଥିତ ଦୋକାନୀ ତଥା ଜନସାଧାରଣଙ୍କୁ ଡଷ୍ଟବିନ୍ ର ବ୍ୟବହାର ଓ ବଜାରରେ ସ୍ୱଚ୍ଛତା ପ୍ରତି ସମସ୍ତେ ଧ୍ୟାନ ଦେବାକୁ ସଚେତନ କରାଯାଇଥିଲା । କୁସୁପଙ୍ଗା ଓ ମଙ୍ଗଳପୁର ଗ୍ରାମପଞ୍ଚାୟତର ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ସାମାଜିକ ଦାୟିତ୍ବବୋଧର ଭାବକୁ ସୁଦୃଢ଼ କରିବା ଏବଂ ଦୈନନ୍ଦିନ ଅଭ୍ୟାସରେ ଛୋଟ ପରିବର୍ତ୍ତନ କିଭଳି ସ୍ଵଚ୍ଛତା, ସୁସ୍ଥକର ଏବଂ ଅଧିକ ସ୍ଥାୟୀ ପରିବେଶ ସୃଷ୍ଟି କରାଯାଇପାରିବ ସେହି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଯାଇଥିଲା।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ