ଅତାବିରା ଏନଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨ ର କାର୍ଯ୍ୟାଦେଶ ବଣ୍ଟନ ସମାରୋହ
ସୁରେନ୍ଦ୍ର କଠାର,ବରଗଡ
ଆଜି ଗୁରୁବାର ମଧ୍ଧାହ୍ନ ୧୨ଟାରେ ବରଗଡ ଜିଲା ଅତାବିରା ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨ ର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ ଯୋଗଦାନ କରି ପ୍ରକୃତ ହିତାଧିକାରୀକୁଂ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ |ଏହି କାର୍ଯ୍ୟକ୍ରମରେ ଏନଏସି ଚେୟାରମ୍ୟାନ ବନମାଳୀ ବରିହା,ଇଓ ରିପୁନାଥ ସୁନା,ସାଂସଦ ପ୍ରତିନିଧି ସୁରେନ୍ଦ୍ର ସ୍ବାଇଁ,ସୁରେଖା ବାଗ,ବିଲୋସ ଜନପୁରୀ ,ଭାଇସଚେୟାରମ୍ୟାନ ଅନୁସୟା ବିଶାଳ,ଶିବାନନ୍ଦ ତ୍ରିପାଠୀ କଂ ସମେତ ଆହୁରି ଅନେକ କାଉନସିଲର ଉପସ୍ତିତ ଥିଲେ |ସର୍ବମୋଟ ୫୦ ଜଣ ହିତାଧିକାରୀକୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା |
