March 10, 2026

ଇନ୍ନରହୁଇଲ ଡିଷ୍ଟ୍ରିକ 326ର ଚେୟାରମ୍ୟାନ ମଧୁସ୍ମିତା ତ୍ରିପାଠୀଙ୍କ କ୍ଳବ ପରିଦର୍ଶନ ..

IMG-20250807-WA0073
Share

ବିଶ୍ବର ସର୍ବବୃହତ ସଂଭ୍ରାନ୍ତ ସେବାମୂଳକ ସଂଗଠନ ଇନରହ୍ବିଲ୍ ଇଣ୍ଟରନ୍ୟାସନାଲ ର ଅନୁମୋଦନ ର ପ୍ରତିଷ୍ଠିତ ଇନରହ୍ବିଲ୍ କ୍ଲବ ଅଫ୍ ପୁରୀରେ ଇନରହ୍ବିଲ୍ ଡିଷ୍ଟ୍ରିକ୍ଟ 326 ର ଚେୟାରମ୍ୟାନ ମଧୁସ୍ମିତା ତ୍ରିପାଠୀ ଙ୍କ କ୍ଲବ ପରିଦର୍ଶନ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବରପୂର୍ଣ୍ଣ ବାତାବରଣରେ ସଂପନ୍ନ ହୋଇଛି। ଏଥିପାଇଁ ସ୍ଥାନୀୟ ରୋଟାରୀ ଭବନ ପରିସରରେ ସ୍ବତନ୍ତ୍ର ଉତ୍ସବ ର ଆୟୋଜନ କରାଯାଇଥିଲା। ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ ବା ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ତ୍ରିପାଠୀ ଉତ୍ସବ ସ୍ଥଳରେ ପ୍ରବେଶ କରିବା ସମୟରେ ପୁରୀ ଇନରହ୍ବିଲ୍ କ୍ଲବ ର ସଂଖ୍ୟାଧିକ ସଦସ୍ୟା ଫୁଲମାଳ, ପୁଷ୍ପଗୁଚ୍ଛ, ଚନ୍ଦନ ସିନ୍ଦୁର, ପୁଷ୍ପବୃଷ୍ଟି ଏବଂ ମଙ୍ଗଳସୂଚକ ପାରଂପରିକ ହୁଳହୁଳି ଧ୍ବନୀ ରେ ତାଙ୍କୁ ସ୍ବାଗତ ଜଣାଇଥିଲେ। କ୍ଲବ ଆସେମ୍ବଲି ରେ ଶ୍ରୀମତୀ ତ୍ରିପାଠୀ କ୍ଲବର କର୍ମକର୍ତ୍ତା ମାନଙ୍କ ଠାରୁ କ୍ଲବ ର ସଦସ୍ୟତା, ଆୟବ୍ୟୟ ଏବଂ ଚଳିତବର୍ଷର ବିଗତ ଗୋଟିଏ ମାସ ମଧ୍ୟରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ସଂପର୍କରେ ବୁଝିଥିଲେ। ପରେ ପରେ ପ୍ରଦୀପ ପ୍ରଜ୍ବଳନ, ଇନରହ୍ବିଲ୍ ପ୍ରାର୍ଥନା ଏବଂ ଇନରହ୍ବିଲ୍ ର ପ୍ରତିଷ୍ଠାତ୍ରୀ ମାର୍ଗାରେଟ ଗୋଲଡିଙ୍ଗ୍ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯାଇ ସାଧାରଣ ସଭା ଆରମ୍ଭ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି କ୍ଲବର ସଭାନେତ୍ରୀ ବିଦ୍ୟୁତଲତା ପ୍ରତିହାରୀ ମୁଖ୍ୟ ଅତିଥି ଙ୍କ ସମେତ ସମସ୍ତ କର୍ମକର୍ତ୍ତା, ପ୍ରାକ୍ତନ ସଭାନେତ୍ରୀ ଓ ସଦସ୍ୟା ମାନଙ୍କୁ ସ୍ବାଗତ କରିଥିଲେ। ସଂପାଦିକା ବେବୀ ମହାନ୍ତି କ୍ଲବ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରିୟଙ୍କା ପାତ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। କ୍ଲବ ର ଏଡିଟର ପ୍ରାକ୍ତନ ସଭାନେତ୍ରୀ ଅନୀତା ଦାସ ଙ୍କ ଦ୍ବାରା ସଂପାଦିତ କ୍ଲବ ମୁଖପତ୍ର ‘ସୁଭଦ୍ରା’ ର ସ୍ବତନ୍ତ୍ର ବିଶେଷାଙ୍କ ମୁଖ୍ୟ ଅତିଥି ଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।ଏହି ଅବସରରେ ପ୍ରିୟଙ୍କା ପଞ୍ଚ୍ ଙ୍କୁ କ୍ଲବର ନୂତନ ସଦସ୍ୟା ଭାବେ ଗ୍ରହଣ କରାଯିବା ସହ କୃତି ଛାତ୍ରୀ ପଲ୍ଲବୀ ରାଉତ କୁ ମୁଖ୍ୟ ଅତିଥି ଙ୍କ ଦ୍ବାରା ପୁରଷ୍କୃତ କରାଯାଇଥିଲା। ନିଜର ବକ୍ତବ୍ୟ ରେ ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ ଶ୍ରୀମତୀ ତ୍ରିପାଠୀ ପୁରୀ ଇନରହ୍ବିଲ୍ କ୍ଲବ ର ବନ୍ଧୁବତ୍ସଳତା ଓ ସେବା ପରଂପରାର ଉଚ୍ଚ ପ୍ରାଥମିକ ପ୍ରଶଂସା କରି ସେହି ପରଂପରା କୁ ଅଧିକ ବ୍ୟାପକ କରିବା ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ। ସଭାପର୍ବ ଶେଷରେ ପ୍ରାକ୍ତନ ସଭାନେତ୍ରୀ ସୁଜାତା ପାତ୍ର ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାକ୍ତନ ସଭାନେତ୍ରୀ ଅଳକାନନ୍ଦା ଦାଶ, ଶ୍ବେତଲୀନା ପାତ୍ର ଓ ଶୋଭନା ମିଶ୍ର ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ କ୍ଲବର ସଭାନେତ୍ରୀ ବିଦ୍ୟୁତଲତା ପ୍ରତିହାରୀ ଏବଂ ପୁରୀ ରୋଟାରୀ କ୍ଲବ ର ବିଗତ ବର୍ଷର ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଶୁଭ ଜନ୍ମଦିନ ପରିପ୍ରେକ୍ଷୀରେ ଶୁଭକାମନା ଜ୍ଞାପନ ପୂର୍ବକ କେକ୍ କଟାଯାଇଥିଲା। ଶେଷରେ ମୁଖ୍ୟ ଅତିଥି ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବାପରେ ସାମୂହିକ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମ କୁ ସାଙ୍ଗ କରାଯାଇଥିଲା। ସଭାପର୍ବ ରେ କ୍ଲବର ସଂଖ୍ୟାଧିକ ସଦସ୍ୟା ଉପସ୍ଥିତ ରହିବା ସହ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଉତ୍ସବ ପୂର୍ବରୁ ପୁରୀସହର ଉପକଣ୍ଠର ଖଣ୍ଡିଆବନ୍ଧ ଠାରେ ଥିବା ଅସ୍ତରାଗ ବୃଦ୍ଧାଶ୍ରମ କୁ ପୁରୀ ଇନରହ୍ବିଲ୍ କ୍ଲବ ପକ୍ଷରୁ ଦିଆଯାଇଥିବା ଓ୍ବାରିଙ୍ଗ୍ ସହ ଇନଭର୍ଟର୍ ସେଟ୍ କୁ ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ ଶ୍ରୀମତୀ ତ୍ରିପାଠୀ ଲୋକାର୍ପିତ କରିଥିଲେ। ଏହି ଅବସରରେ ବୃଦ୍ଧାଶ୍ରମ ର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ଓ ଫଳ ଆଦି ଖାଦ୍ୟଦ୍ରବ୍ୟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ କ୍ଲବର ସଭାନେତ୍ରୀ ବିଦ୍ୟୁତଲତା ପ୍ରତିହାରୀ ଓ ସଂପାଦିକା ବେବୀ ମହାନ୍ତି ଙ୍କ ସମେତ କିଛି ପ୍ରମୁଖ ସଦସ୍ୟା ଉପସ୍ଥିତ ଥିଲେ। ଏଥିପାଇଁ ପ୍ରାକ୍ତନ ସଭାନେତ୍ରୀ ସଂଘମିତ୍ରା ଦାଶ ଓ ସ୍ବାଗତିକା ଦାସ ଏବଂ ସଦସ୍ୟା ସ୍ମରଣିକା ସାହୁ ଙ୍କ ପକ୍ଷରୁ ସହଯୋଗ ପ୍ରଦାନ କରାଯାଇଥିଲା। ସଭାପର୍ବ ଶେଷରେ କ୍ଲବର ସଦସ୍ୟା ମାନଙ୍କୁ ସପରିବାର ମଧ୍ୟାହ୍ନ ଭୋଜନ ରେ ଆପ୍ୟାୟିତ କରାଯାଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l