March 10, 2026
ajiro khabar
Share

 

 

୧-ସିବିଏସଇ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ।

 

୨-ପ୍ରତ୍ୟକ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ, ନ ଲେଖିଲେ ଦିନକୁ ୫୦୦ ଟଙ୍କା ଜରିମାନା।

 

୩-ପଟ୍ଟାମୁଣ୍ଡାଇ: କିରୋସିନ ଢାଳି ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକ୍‌ମେଲିଂ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା।

 

୪-ଭୁବନେଶ୍ୱର:ପୁଲିସ୍ ଅବହେଳାରୁ ବଢୁଛି ଆତ୍ମାହୁତି, ବାଲେଶ୍ଵର, କେନ୍ଦ୍ରାପଡ଼ା,କଟକ ଓ ନୟାଗଡ଼ରେ ସମାନ ସ୍ଥିତି।

 

୫-ଭୁବନେଶ୍ୱର:ରାଜ୍ୟରେ ଖୋଲିବ ୮ ଭେଷଜ,ଦନ୍ତ ମହାବିଦ୍ୟାଳୟ, ଏଥିପାଇଁ ୬୦୦ କୋଟି ବ୍ୟୟ ବରାଦ।

 

୬-କଟକ:ଚାପରେ ବୋର୍ଡ କର୍ତ୍ତୃପକ୍ଷ, ଘୁଞ୍ଚିପାରେ ସ୍ପେଶାଲ OTET, ଦିଲ୍ଲୀରେ ଟ୍ରେନିଂରେ ଅଛନ୍ତି ପରୀକ୍ଷା ନିୟନ୍ତ୍ରକ ଓ ଉପସମ୍ପାଦକ।

 

୭-ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗିବ ଅଭଢା ଦର; ଶୁଖିଲି ଭୋଗ ପାଇଁ ରହିବ ପୃଥକ ସ୍ଥାନ, ଆଉ ଠକାମୀର ଶିକାର ହେବେ ନାହିଁ ଶ୍ରଦ୍ଧାଳୁ।

 

୮-କଟକ:’ଆମ ବସ୍’ ର ୩୦ ମଦୁଆ ଡ୍ରାଇଭର ବିଦା, ଦୁର୍ଘଟଣା କମାଇବ ‘ଆଦାଶ୍’ ଟେକ୍ନୋଲୋଜି।

 

୯-ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡା,ଭୁବନେଶ୍ଵର, ସମ୍ବଲପୁର ଏବଂ ବ୍ରହ୍ମପୁର ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି।

 

୧୦-କେନ୍ଦୁଝର: ଚାଷୀଙ୍କ ଠାରୁ ନେଉଥିଲେ ୩ ହଜାର ଟଙ୍କା ଲାଞ୍ଚ, ସହକାରୀ ରେକର୍ଡ କିପର ହାଡିବନ୍ଧୁ ବେହେରା ଗିରଫ।

 

୧୧-ବାଲିଚନ୍ଦ୍ରପୁର ଥାନାରେ ଥାର୍ଡ ଡିଗ୍ରୀ ! ପୋଲିସ କଷ୍ଟଡିରେ ସୀମା ଟପିଲା ବର୍ବରତା,ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲ ବେଡରେ ଚିକିତ୍ସିତ ହେଉଛନ୍ତି ମହିପୁର ଗାଁର ରବୀନ୍ଦ୍ର ମଲ୍ଲିକ।

 

୧୨-ଭୁବନେଶ୍ୱର:୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ: ନକ୍ସା ପରିବର୍ତ୍ତନ ପାଇଁ ସର୍ଭେ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଆର୍‌ଡିସିଙ୍କୁ ଚିଠି

 

୧୩-ଛାତ୍ର ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଅଶାନ୍ତ ହେଉଛି ବିଭିନ୍ନ କ୍ୟାମ୍ପସ, କଲେଜ ନିର୍ବାଚନ ପୂର୍ବରୁ ରକ୍ତମୁଖା ଛାତ୍ରନେତା, ଏଥର ନିର୍ବାଚନ ନହେବା ନେଇ ପୁଣି ବଢିଲା ଆଶଙ୍କା ।

 

୧୪-ସୁନ୍ଦରଗଡ଼:ବିଚ୍‌ ରାସ୍ତାରେ ଟ୍ରକ୍ ଅଟକାଇ ଖାଦ୍ୟ ମାଗୁଛି ଭୋକିଲା ହାତୀ, ରାସ୍ତାରେ ଜମିଲା ଶହ ଶହ ଟ୍ରକ୍।

 

୧୫-ବାଦଲଫଟା ବର୍ଷା ଓ ଫ୍ଲାସ ଫ୍ଲଡ ଯୋଗୁ ଛାରଖାର ଉତ୍ତରକାଶୀ, ଧରାଲି ଓ ସୁଖି ଗାଁ ସଂପୂର୍ଣ୍ଣ ଧ୍ବଂସ।

 

୧୬-ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ରହିଲା ସୁଧ ହାର।

 

୧୭-ଆଇସିସି ପ୍ଲେୟାର ଅଫ୍ ଦ ମନ୍ଥ ଆୱାର୍ଡ ପାଇଁ ଗିଲ୍ ମନୋନୀତ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ଲଢ଼େଇରେ ଗିଲ୍ କରିଥିଲେ କମାଲ।

 

୧୮-ନୂଆ ଦିଲ୍ଲୀ:ପିନାକୀଙ୍କ ବିବାହ ଭୋଜିରେ ସାମିଲ ହେଲେ କଂଗ୍ରେସର ବଡ଼ ବଡ଼ ନେତା, ସୋନିଆଙ୍କୁ ନେଇ ବଢ଼ିଲା ଚର୍ଚ୍ଚା।

 

୧୯-ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଗଷ୍ଟ ୩୧ରେ ଚୀନ ଗସ୍ତ କରିବା ନେଇ ସୂଚନା, ଏସସିଓ ସମ୍ମିଳନୀରେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ।

 

୨୦-ଭାରତ ଉପରେ ପୁଣି ଅତିରିକ୍ତ ୨୫% ଶୁଳ୍କ ଲଗାଇଲେ ଟ୍ରମ୍ପ, ୨୭ ଅଗଷ୍ଟରୁ ଲାଗୁ ହେବ,ଭାରତ ଉପରେ ସମୁଦାୟ ୫୦ ପ୍ରତିଶତ ଶୁଳ୍କ ଲାଗିବ।

 

🙏 *ସୁପ୍ରଭାତ,ଜୟ ଶ୍ରୀଜଗନ୍ନାଥ* 🙏

➖➖➖➖➖➖➖➖➖➖➖