ଅଧମୁଣ୍ଡା ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି।
ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)ଗତକାଲି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅଧମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଭାଗୀୟ ଅଧିକାରୀ ମାନେ ସେଠାରେ ଉପସ୍ଥିତ ହୋଇଥିଲେ। ଅଧମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଗ୍ରାମବାସି ନିଜ ନିଜର ଅଭିଯୋଗ ଗୁଡିକ ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଅଧିକାରୀ ମାନେ ଲୋକଙ୍କ ଅଭିଯୋଗ ଗୁଡିକ ଶୁଣି ସମସ୍ୟା ଗୁଡିକର ସମାଧାନ କରିଥିଲେ।
