ଉମରକୋଟ ଗୋଚର ଜମି କୁ ନେଇ ପଦିଆଗୁଡା ଗ୍ରାମ ତୁମୁଳ କାଣ୍ଡ, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ବ୍ୟାପକ ମକା ଫସଲ ନଷ୍ଟ, ୫ ମହିଳା ଆହତ ସୂଚନା , ଗୋଚର ଜମି ର ବିରୋଧୀ ଗୋଷ୍ଠୀ ର ଶତାଧିକ ମହିଳାଙ୍କ ଉମରକୋଟ ତହସିଲ ଅଫିସରେ ପ୍ରବଳ ପାଟି ତୁଣ୍ଡ……….
ଉମରକୋଟ -:(ଏମ୍.ଦିନା°ଶୁ ଆଚାରୀ) ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବୁର୍ଜ। ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବା ପଦିଆ ଗୁଡା ଗ୍ରାମ ଠାରେ ଏକ ବିରାଟ ଗୋଷ୍ଠୀ ସଂଘର୍ଷ ଘଟିଛି। ଫଳରେ ୫ରୁ ଉର୍ଦ୍ଧ୍ବ ମହିଳା ଆହତ ହେବା ସହ ବ୍ୟାପକ ମକା ଫସଲ ନଷ୍ଟ କରି ଦେଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ପଦିଆ ଗୁଡା ଗ୍ରାମକୁ ଲାଗି ପ୍ରାୟ ୨୦ ଏକର ଗୋଚର ଜମି ଅଛି। ଏହି ଜମି କୁ ଦୀର୍ଘ ବର୍ଷ ଧରି ଗାଁ ଲୋକେ ଗାଈ ଗୋରୁ ଚରାଉ ଥିଲେ। କିନ୍ତୁ ୨ ବର୍ଷ ହେଲା ଉକ୍ତ ଜମିକୁ ଗ୍ରାମର ଗୋଟିଏ ଗୋଷ୍ଠୀ ଜବର ଦଖଲ କୁ ନେଇ ବିରି ଓ ମାଣ୍ଡିଆ ଚାଷ କରୁଥିଲେ। କିନ୍ତୁ ଗାଁର ଅନ୍ୟ ଏକ ଗୋଷ୍ଠୀ ଏହି ଜମି ଗାଈ ଗୋରୁଙ୍କୁ ଚରାଇବା ପାଇଁ ଉଦ୍ଧିଷ୍ଟ ତେଣୁ ଏଠାରେ ଚାଷ କାହିଁକି କରୁଛ ବୋଲି ବିରୋଧ କରୁଥିଲେ। ତେବେ ଆଜି ଏହି ଗଚର ଜମିରେ ମାଣ୍ଡିଆ ଓ ବିରୀ ଲଗାଉ ଥିବା ବେଳେ ଏହାକୁ ବିରୋଧୀ କରି ଅନ୍ୟ ଗୋଷ୍ଠୀର ଶତାଧିକ ମହିଳା ଓ ପୁରୁଷ ସେଠାର ପହଂଚି ଏହାକୁ ବିରୋଧ କରିବାରୁ ୨ ଗୋଷ୍ଠୀ ମଧ୍ୟ ରେ ସଙ୍ଘର୍ଷ ହେଇଥିଲା। ପରେ ଗଚର ଜମି ବିରୋଧ କରୁଥିବା ଗୋଷ୍ଠୀ ଦୀର୍ଘ ବର୍ଷ ହେବ ପ୍ରାୟ ୮ ଏକର ଗ୍ରାମ୍ୟ ଜଙ୍ଗଲ ରେ ମକା ଚାଷ କରି ଆସୁଥିଲେ। ସେଠାରେ ଗୋଚର ଜମି ରେ ଚାଷ କରୁ ଥିବା ଗୋଷ୍ଠୀ ର ଶତାଧିକ ମହିଳା ଓ ପୁରୁଷ ପହଁଚି ମକା ଫସଲ କୁ ନଷ୍ଟ କରି ଦେବା ସହ କିଛି ମହିଳାଙ୍କୁ ମାଡ ମାରି ସ।ଡି ଚିରି ଦେଇଥିବା ମଧ୍ୟ ଅଭିଯୋଗ ହେଇଛି। ଏହି ସଂଘର୍ଷ ରେ ଗୋଚର ଜମି କୁ ବିରୋଧ କରୁଥିବା ୫ମହିଳା ଆହତ ହେଇ ଥିବା ଗ୍ରାମ ର କିଛି ଲୋକେ ଅଭିଯୋଗ କରିଛନ୍ତି। ଦୁଇ ପକ୍ଷ ଉମରକୋଟ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ଗୋଚର ଜମି କୁ ବିରୋଧ କରୁ ଥିବା ଶତାଧିକ ମହିଳା ଉମରକୋଟ ତହସିଲ ଅଫିସ କୁ ଯାଇ ବ୍ୟାପକ ପାଟି ତୁଣ୍ଡ କରିଥିବା ଜଣା ପଡ଼ିଛି। ଏହି ମହିଳା ମାନଙ୍କ ଅଭିଯୋଗ ହେଲା ମାସେ ତଳେ ଗୋଚର ଜମି କୁ ଜବର ଦଖଲ ରୁ ଉଚ୍ଛେଦ ପାଇଁ ଲିଖିତ ଅଭିଯୋଗ କରି ଥିଲେ। କିନ୍ତୁ ଉମରକୋଟ ତହସିଲଦ।ର କୌଣସି ପଦକ୍ଷେପ ନେଲେ ନାହି ବୋଲି ଅଭିଯୋଗ କରିବା ସହ ଆଜିର ଗଣ୍ଡଗୋଳ ପାଇଁ ତହସିଲଦାର ଙ୍କୁ ଦାୟୀ କରିଛନ୍ତି। ତେବେ ତହସିଲଦାର କୌଣସି ପଦକ୍ଷେପ ନ ନେବାରୁ ଶେଷ ରେ ଏହି ଗୋଷ୍ଠି ଗତ ୨୯/୭/୨୪ ନବରଙ୍ଗପୁର ଜିଲ୍ଲାପ।ଳ ଙ୍କ ଉମରକୋଟ ବ୍ଲକ ଅଫିସ ରେ ହେଇ ଥିବା ମିଳିତ ଅଭିଯୋଗ ଶୁଣାଣୀ ରେ ବି ଲିଖିତ ଅଭିଯୋଗ କରିଥିଲେ। ସମସ୍ତ ଘଟଣାରେ ତଦନ୍ତ ଚାଲିଛି ବୋଲି ଉମରକୋଟ ଥାନା ଆଇଆଇସି ଡମ୍ବରୁ ଧର ପ୍ରଧାନ ସୂଚନା ଦେଇଛନ୍ତି। ତେବେ ରାଜସ୍ୱ ବିଭାଗ ର କର୍ମଚାରୀ ଙ୍କ ଅବହେଳା ଯୋଗୁ ଉମରକୋଟ ଅଂଚଳ ରେ ପ୍ରତି ବର୍ଷ ସରକାରୀ ଜମି କୁ ନେଇ ଗଣ୍ଡଗୋଳ ହେଉଛି ଓ ବହୁ ସଂଖ୍ୟା ରେ ଆହତ ହେବ। ସହ ନିରୀହ ଲୋକଙ୍କୁ ଜେଲ ଯିବାକୁ ପଡ଼ୁଛି।