September 29, 2024

ମା ‘ ବ୍ୟାଘ୍ରଦେବୀଙ୍କ ଯାତ୍ରା ୫ଦିନ ରେ ପହଞ୍ଚିଲା, ବିଭିନ୍ନ ସାହିକୁ ବୁଲିଲା ମାଙ୍କ ଘଟ

Share


ଛତ୍ରପୁର,୭ / ୬ : (ଅରୁଣ କୁମାର ପଣ୍ଡା )ପ୍ରତ୍ୟେକ ଦୁଇ ବର୍ଷକୁ ଥରେ ଛତ୍ରପୁର ସହର ରେ ଶ୍ରୀ ଶ୍ରୀ ଶ୍ରୀ ମା ‘ ବ୍ୟାଘ୍ରଦେବୀ ଙ୍କ ଯାତ୍ରା ଆରକ୍ଷୀ ପରିବାର ପକ୍ଷରୁ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ଏହି ଯାତ୍ରା ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଛି । ଶୁକ୍ରବାର ମାଙ୍କ ଯାତ୍ରା ୫ ଦିନ ରେ ପହଁଚି, ଆଜି ମା’ଙ୍କ ଘଟ ଅସ୍ଥାୟୀ ମଣ୍ଡପଠୁ ବିରାଟ ପଟୁଆର ରେ ବାହାରି ବ୍ୟାରେକ ସାହି , ରିକାପଲ୍ଲୀ ଛକ ଦେଇ କପିଳସାହି,ହରିଜନ ସାହି, ନ୍ୟୁପୋଲିସ ଲାଇନ,ପାର୍କ ଗଳି ଓ ତାଲଚେରସାହି କୁ ଯାଇ ଭକ୍ତମାନଙ୍କ ମା’ ଭୋଗ ଗ୍ରହଣ କରିଛନ୍ତି । ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଆଳତୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପରେ ମା’ ଅସ୍ଥାୟୀ ମଣ୍ଡପରୁ ବାହାରି ଏକ ବିରାଟ ପଟୁଆରରେ ବିଭିନ୍ନ ସାହିକୁ ଯାଇ ଭୋଗ ଗ୍ରହଣ କରନ୍ତି । ମାଙ୍କ ଏହି ଯାତ୍ରା ଦେଖିବା ପାଇଁ ଛତ୍ରପୁର ସହର ଏବଂ ଆଖପାଖ ଅଂଚଳରୁ ବହୁ ଭକ୍ତଙ୍କ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିିଥିଲା । ଗଞ୍ଜାମ ପୋଲିସ ଜିଲ୍ଲାର ହାବିଲଦାର ଓ କନଷ୍ଟେବଲ ସଂଘ ର ସଭାପତି ଗୌରାଚାନ୍ଦ ତ୍ରିପାଠୀ, ସମ୍ପାଦକ ସୁବାଷ ସେଠି, କୋଷାଧ୍ୟକ୍ଷ ଜି. ମନୋଜ କୁମାର ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ଓ ସଭ୍ୟ ଏବଂ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଯାତ୍ରା ପରିଚାଳନା ରେ ସହଯୋଗ କରିଛନ୍ତି, ଲୋକଙ୍କ ମନୋରଞ୍ଜନ ନିମନ୍ତେ ମୀନା ବଜାର ଖୋଲାଯାଇଛି