ଭାରତୀୟ ସେନା ଙ୍କ ସଫଳତା ରେ ଦୀପ ଦାନ..

ବୋଲଗଡ଼,୦୭/୦୫(ଉପାନ୍ତ ଖବର):ଭାରତୀୟ ସେନା ବାହିନୀ ର ଅପରେସନ “ସିନ୍ଦୂର” ମାଧ୍ୟମରେ ସନ୍ତ୍ରାସବାଦୀ ଙ୍କୁ ନିପାତ କରିବା ପାଇଁଁ ଆକାଶ ପଥରେ ପାକିସ୍ଥାନ ରେ ସନ୍ତ୍ରାସବାଦୀ ଙ୍କ ଆଡ୍ଡା କୁ ଧ୍ୱଂସ କରାଯାଇଛି। ଭାରତୀୟ ସେନା ଙ୍କର ମନୋବଳ ବଢ଼ାଇବା ପାଇଁ ବୋଲଗଡ଼ ଅଞ୍ଚଳ ବାସୀ ଙ୍କ ତରଫରୁ ଐତିହାସିକ ରବିନ୍ଦ୍ର କୁମାର ପରିଡ଼ା ଙ୍କ ସଭାପତିତ୍ବରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ସମ୍ବାଦ ସାହିତ୍ୟ ଘର ର ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ପାଞ୍ଚଗଡ ସୃଜନଶୀଳ ସ°ସଦର ସଭାପତି ତଥା ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ, ଅବସରପ୍ରାପ୍ତ ସ°ଘ ର ସଭାପତି ରଘୁନାଥ ଦଳବେହେରା, ବୋଲଗଡ଼ ଉନ୍ନୟନ ପରିଷଦ ର ସଭାପତି ଗୋପୀନାଥ ଖାଡଙ୍ଗା, ବରିଷ୍ଠ ନାଗରିକ ମଞ୍ଚ ର ଉପଦେଷ୍ଟା ଦିବାକର ପରମଗୁରୁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦିଘିରୀ ର ପ୍ରଧାନଶିକ୍ଷକ ଭିକାରୀ ପୁଷ୍ଟି, ସମ୍ବାଦ ସାହିତ୍ୟ ଘର ଉପଦେଷ୍ଟା ହରିବନ୍ଧୁ ସାହୁ, ବୋଲଗଡ଼ ସରପଞ୍ଚ ଙ୍କ ପ୍ରତିନିଧି ସଂସାରୀ ସାହୁ, ବୋଲଗଡ଼ ବରିଷ୍ଠ ନାଗରିକ ମଞ୍ଚ ର ଉପସଭାପତି ରାଧାଶ୍ୟାମ ରାୟଗୁରୁ ମହାପାତ୍ର ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ। ଶହୀଦ ସୈନ୍ୟ ମାନଙ୍କର ଆତ୍ମା ଙ୍କର ସଦଗତି କାମନା କରିଥିଲେ। ଭାରତୀୟ ସୈନ୍ୟ ମାନଙ୍କର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଜଗନ୍ନାଥ ଭଗବାନ ଭାରତବର୍ଷ କୁ ରକ୍ଷା ପାଇଁ ସମସ୍ତେ ପ୍ରାର୍ଥନା କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।