ଯୁଦ୍ଧ ପାଇଁ ସିଭିଲ୍ ଡିଫେନ୍ସ ମକ ଡ୍ରିଲ 

Share

 

 

 

ଛତ୍ରପୁର. ୭/୫/୨୫(ଅରୁଣ କୁମାର ପଣ୍ଡା)ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ଆଜି ସାରା ରାଜ୍ୟରେ ଯୁଦ୍ଧକୁ ନେଇ ମକ ଡ୍ରିଲ ଆୟୋଜିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଗୋପାଳପୁରର ବକ୍ସିପଲ୍ଲୀ, ଗୋପାଳପୁର ପୋର୍ଟ ଏବଂ ଆଇଆରଇଏଲ ନିକଟରେ ମଧ୍ୟ ଯୁଦ୍ଧ ପାଇଁ ମକ ଡ୍ରିଲ ଆୟୋଜିତ ହୋଇଥିଲା । ଗୋପାଳପୁର ପୋର୍ଟ ନିକଟରେ ଆୟୋଜିତ ଯୁଦ୍ଧ ପାଇଁ ମକ ଡ୍ରିଲରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,

ଏସଡିପିଓ ଚନ୍ଦନ ଘଡେ଼ଇ, ସୁନାପୁର ମେରାଇନ ଥାନା ପୋଲିସ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ, ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମ ଜିତ୍ ସାହୁ,ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ ଙ୍କ ସହ ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍କାଉଟ ଓ ଏନସିସି ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ । ଗୋପାଳପୁର ପୋର୍ଟର ଗେଟ ସମ୍ମୁଖରେ ସମସ୍ତେ ଏକତ୍ରିତ ହୋଇଥିଲେ । ଠିକ୍ ଅପରାହ୍ନ ୪ଟାରେ ସାଇରନ ବାଜିବା ପରେ ସମସ୍ତ ଅଧିକାରୀ ମାନେ ଗୋପାଳପୁର ପୋର୍ଟ ନିକଟରେ ଥିବା ଆର୍ଯ୍ୟପଲ୍ଲୀ ଗାଁର ସାହିକୁ ସାହି ବୁଲି ବୁଲି ସ୍ଥାନୀୟ ଗ୍ରାମବାସୀମାନଙ୍କୁ ସଚେତନ କରାଇଥିଲେ । ଭାରତୀୟ ବିରଳ ମୃତିକା କମ୍ପାନୀ ଓ ଆବାସିକ କଲୋନୀ ରେ ମଧ୍ୟ୍ୟ ମକ ଡ୍ରିଲ ହୋଇଥିଲା ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ମକ ଡ୍ରିଲ ରେ ଜିଲ୍ଲା ପ୍ରଶାସନ ର ଅଧିକାରୀ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ପି ଆର ଆଇ ମେମ୍ବର ମାନେ ଏହି ମକ ଡ୍ରିଲ ରେ ସାମିଲ ହୋଇଥିଲେ ଯଦି ଯେକୌଣସି ସମୟରେ ଯୁଦ୍ଧ ହୁଏ ତେବେ ଘର ବାହାରେ ଥିଲେ ଘରକୁ ଚାଲିଯିବେ । ଯଦି ଘରକୁ ଯାଇ ପାରୁନାହାଁନ୍ତି ତେବେ ଠିଆ ହୋଇଥିବା ସ୍ଥାନରେ କାନକୁ ଜାବୁଡ଼ି ଧରି ବସିଯିବେ । ଏହାସହ ବୃଦ୍ଧ ବୃଦ୍ଧା, ରୋଗୀ, ଗର୍ଭବତୀ , ଶିଶୁ ମାନଙ୍କୁ କିଭଳି ଯୁଦ୍ଧ ସମୟରେ ସୁରକ୍ଷିତ ସ୍ଥାନକୁ ନେବେ ସେ ନେଇ ମଧ୍ୟ ଗ୍ରାମବାସୀ ମାନଙ୍କୁ ସଚେତନ କରାଯାଇଥିଲା ।