March 10, 2026

ମୋହନା ଅବକାରୀ ବିଭାଗରେ କର୍ମଚାରୀ ଅଭାବ ସତ୍ତ୍ୱେ ଧରପଗଡ ଯୋଗୁଁ ୯୦ ଟି କେସ ସହ ବହୁ ସରଞ୍ଜାମ ଜବତ, ଚୋରା ମଦ ବ୍ୟବସାୟୀ ଆତଙ୍କିତ ..

IMG-20250507-WA0114
Share

 

ଗଜପତି–ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ସ୍ଥିତ ଅବକାରୀ ବିଭାଗ ଥାନା ରେ ବର୍ତ୍ତମାନ ଚାରି ଜଣ କର୍ମଚାରୀ ଥିବା ବେଳେ ମୋହନା ବ୍ଲକ ୩୯ଟି ଗ୍ରାମ ପଞ୍ଚାୟତ ସହ ୭୦୦ରୁ ଉର୍ଦ୍ଧ୍ବ ଛୋଟ ବଡ ଗ୍ରାମ କୁ ନେଇ ଗଠନ ହୋଇଛି ଏହି ଅବକାରୀ ଥାନା। ଏହି ଅବକାରୀ ଥାନା ରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ଘାଟି ପାହାଡ ଘେରା ଅଞ୍ଚଳ ରେ ଦିନ ରାତ୍ରି ପହରା ଦେଇ ଜାନୁଆରୀ ଠାରୁ ବର୍ତ୍ତମାନ ସୁଦ୍ଧା ୯୦ଟି ଚୋରା ମଦ ବ୍ୟବସାୟୀ ଙ୍କ ଉପରେ ଚଡାଉ କରି ସାଇକେଲ, ମଟର ସାଇକେଲ, ପିକ୍ ଅପ୍ ଗାଡି ସହ ବହୁ ମହୁଲ, ଦେଶୀ ମଦ ସହ ବହୁ ମଦ ରନ୍ଧା ସରଞ୍ଜାମ ଜବତ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି। ଏହି ଥାନା ରେ ଥାନା ଅଧିକାରୀ ପଦବୀ ଖାଲି ପଡିଥିଲା ବେଳେ କେବଳ

ଏ ଏସ ଆଇ ଦୁଇ ଜଣ ଏବଂ କନଷ୍ଟେବଲ ଦୁଇ ଜଣ କୁ ନେଇ ଦୁର୍ଗମ ଅଞ୍ଚଳରେ ଅବକାରୀ ଥାନା କିପରି ଚାଲିବ ବିଭାଗ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେବା ସହ ଅବକାରୀ ବିଭାଗ କର୍ମଚାରୀ ଚୋରା ମଦ ବ୍ୟବସାୟୀ ଙ୍କ ପ୍ରତି ତୀକ୍ଷଣ ଦୃଷ୍ଟି ରଖି ଚଡାଉ କରୁଥିବା ଦେଖିବାକୁ ମିଳୁଛି। ଗତ କିଛି ମାସ ପୂର୍ବେ ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳ ରେ ଚୋରା ଦେଶୀ ମଦ ପିଇ କେତକ ନିରୀହ ଜୀବନ ଚାଲିଯିବା ପରେ ଗଜପତି ଜିଲ୍ଲା ର ଅବକାରୀ ବିଭାଗ ଗାଁ ଗାଁ ବୁଲି ଚୋରା ଦେଶୀ ମଦ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ପ୍ରକାଶ। ମୋହନା ବ୍ଲକ ର କେତେକ ଅଞ୍ଚଳରେ ଅବକାରୀ ବିଭାଗ କର୍ମଚାରୀ ଗସ୍ତ କରୁଥିବା ସମୟରେ ଯଦି ଚୋରା ମଦ ବ୍ୟବସାୟୀ ଧରା ନ ପଡନ୍ତି ସେହି ସ୍ଥାନ ଗୁଡ଼ିକରେ ଗ୍ରାମର ମାଆ ମାନେ ମଧ୍ୟ ଚୋରା ମଦ ଭାଟି ଚଡାଉ କରି ପୋଚ ନଷ୍ଟ କରିବା ସହ ମଦ ବିକ୍ରି ସମୟରେ ଚଡାଉ କରି ନଷ୍ଟ କରୁଥିବା ପୂର୍ବରୁ ନଜରକୁ ଆସିଥିବା ଜଣାଯାଇଛି। ମୋହନା ଏବଂ ଆର. ଉଦୟଗିରି ବ୍ଲକ ଅଞ୍ଚଳରେ ଅବକାରୀ ବିଭାଗ କର୍ମଚାରୀ ଙ୍କ ଭୟରେ ଚୋରା ମଦ ବ୍ୟବସାୟୀ ଆତଙ୍କିତ ହୋଇ ରହିଥିବା ଶୁଣିବାକୁ ମିଳୁଛି। ଆମ ପ୍ରତିନିଧି ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ଜାଣିବାକୁ ପାଇଲେ କି ଯଦି ଚୋରା ମଦ ବ୍ୟବସାୟ କେଉଁ ଠାରେ ହେବା ଦେଖିବାକୁ ମିଳେ ତେବେ ବିଭାଗ ଦୃଷ୍ଟିକୁ ଆଣିଲେ କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେ ସୂଚନା କାରୀ ଙ୍କ ନାମ ମଧ୍ୟ ଗୋପନ ରଖାଯିବ ବୋଲି ପ୍ରକାଶ କରିଛନ୍ତି।