March 11, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ଆଦିବାସୀ ସିଲାଟି ଠାରେ ମଣ୍ଡେଇ ଉତ୍ସବ ପାଳିତ…….

IMG-20250507-WA0021
Share

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ ବେନରା ଗ୍ରାମ ପଞ୍ଚାୟତର ସିଲାଟି ଆଦିବାସୀ ଗ୍ରାମ ଠାରେ ମାଁ ଇଂଲାଜିନ୍ ମଣ୍ଡେଇ ମହାଆଡ଼ମ୍ବରରେ ପାଳିତ ହୋଇ ଯାଇଛି । ଏହି ଅବସରରେ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା, ସଭାପତି ଉଦ୍ଧବ ଚରଣ ନାୟକ, ଚୌରିଆ ପୂଜାରୀ କୃଷ୍ଣ ପୁଜାରୀ ,ପୂର୍ଣ୍ଣ ପୂଜାରୀ ରଘୁ ଶିରା ପଦମ ଶିରା ପ୍ରମୁଖ ଯୋଗ ଦେଇ ଥିଲେ । ସିଲାଟି ଗ୍ରାମର ମୁଖ୍ୟ ପୂଜାରୀ କଞ୍ଜା ପୂଜାରୀ ସମସ୍ତ ପୂଜା କାର୍ଯ୍ୟ ତୁଲାଇ ଥିଲେ। ବେନରା ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରୁ ଦେବ।ଦେବୀ ଙ୍କ ପ୍ରତୀକ ଲାଠି କୁର୍ଚି ଯୋଗ ଦେଇ ଥିଲେ। ଏହି ଅବସରରେ ବେନରା ଗ୍ରାମର ମା ଙ୍କ ବିମାନ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶିତ କରିଥିଲେ । ଏହି ମଣ୍ଡେଇ ରେ ବହୁଳ ଭାବରେ ବ୍ୟବସାୟୀ ମାନେ ବିଭିନ୍ନ ସାମଗ୍ରୀ ଧରି ଆସିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହେଇ ଥିଲା। ଓଡ଼ିଶା ସମେତ ପୋଦଶି ଛତିଶଗଡ ରାଜ୍ୟ ର ଶହ ଶହ ସଂଖ୍ୟାରେ ଭକ୍ତ ମାନଂକ ସମାଗମ ହେଇଥିଲା।