September 29, 2024

ଉମରକୋଟ ଏସଏଲ୍ଏନ୍ ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ପରୀକ୍ଷ।ରେ ଶତ ପ୍ରତିଶତ ଛାତ୍ର ଛାତ୍ରୀ ପାସ…… ପଲକ ଜୈନ ଟପର

Share

 

ଉମରକୋଟ :- ଆଇସିଏସଇ ବୋର୍ଡ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ଫଳ ପ୍ରକାଶ ପାଇଛି। ନବରଙ୍ଗପୁର ଜିଲ୍ଲାର ଏକ ମାତ୍ର ଆଇସିଏସଇ ବୋର୍ଡ ଦ୍ଵାରା ପରିଚାଳିତ ଉମରକୋଟର ସହିଦ୍ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲର ଦଶମ ଶ୍ରେଣୀରେ ଶତ ପ୍ରତିଶତ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହେଇଛନ୍ତି। ଚଳିତ ବର୍ଷ ଏହି ସ୍କୁଲ ରୁ ୬୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ, ଏଥି ମଧ୍ୟରୁ ସମସ୍ତ ଛାତ୍ର ଛାତ୍ରୀ ପାସ ହେଇଛନ୍ତି। ୬୦ ପ୍ରତିଶତ ରୁ ଉର୍ଦ୍ଧ୍ବ ମାର୍କ ୫୨ ଜଣ ଓ ୫୦ ପ୍ରତିଶତ ରୁ ଉର୍ଦ୍ଧ୍ବ ମାର୍କ ୧୪ ଜଣ ଛାତ୍ର ଛାତ୍ରୀ ରଖିବାରେ ସଫଳ ହେଇଛନ୍ତି। ସ୍କୁଲର ପଲକ ଜୈନ ୯୦ ପ୍ରତିଶତ ମାର୍କ ରଖି ଟପର ହେଇଥିବା ବେଳେ ଅର୍ପିତା ପାତ୍ର ୮୯ ପ୍ରତିଶତ ରଖି ଦ୍ଵିତୀୟ ଓ ସ୍ଵ ଲେହା ବାନୋ ଲୋଦ୍ଧା ୮୬.୪ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଶତ ପ୍ରତିଶତ ପାସ ହାର ହେବାପରେ ସ୍କୁଲ ର ଛାତ୍ର ଛାତ୍ରୀ, କର୍ମଚାରୀ ଓ ପରିଚାଳନ। କମିଟି ର ସଦସ୍ୟ ଙ୍କ ମଧ୍ୟରେ ଖୁସିର ଲୋହରି ଖେଳି ଯାଇଛି।ସଭାପତି ଜୟ ଦେବ କୁମାର ପରିଡ଼ା, ନିର୍ଦ୍ଦେଶିକା ଓମ୍ ପ୍ରଭା ସାହୁ, ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡ଼ା, ପରିଚାଳନ। କମିଟି ସଭ୍ୟ ଦୟାଲ ମିତ୍ର ପ୍ରମୁଖ ସ୍କୁଲର ସମସ୍ତ ସଫଳ ଛାତ୍ର ଛାତ୍ରୀ, ଅଧ୍ୟକ୍ଷା କବିତା ପାତ୍ର, ପ୍ରଶାସନିକ ଅଧିକାରି ଭି. ଏସ ଏନ୍ ମୂର୍ତ୍ତୀ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟ ସମସ୍ତ କର୍ମଚାରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସ୍କୁଲ ଭିତରେ ଥିବା ଶୃଙ୍ଖଳା, ପରିଚାଳନ। କମିଟି ସଦସ୍ୟ , ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ମାନଂକ ପରିଶ୍ରମ ଯୋଗୁଁ ଗତ ୫ ବର୍ଷ ହେଲା ଦଶମ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ପାସ ହାର ହେଇ ପାରିଛି ବୋଲି ସ୍କୁଲର ସଭାପତି ଜୟ ଦେବ କୁମାର ପରିଡ଼ା ମତ ପ୍ରକାଶ କରିଛନ୍ତି।(ଏମ.ଦିନା°ଶୁ ଆଚାରୀ)