September 29, 2024

ରାୟଗଡା ଟ୍ରକ ମାଲିକ ସଙ୍ଘର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

Share

ରାୟଗଡା :ରାୟଗଡା ଟ୍ରକ ମାଲିକ ସଙ୍ଘ ର ପ୍ରଥମ ବାର୍ଷିକ ଉତ୍ସବ ଅତି ଆନନ୍ଦ ର ସହ ପାଳିତ ହୋଇଯାଇଛି l ଦୀର୍ଘ 40 ବର୍ଷପରେ ଗତ ବର୍ଷ 06/04/2023 ତାରିଖ ରେ ସଂଘ ର ବିଭିନ୍ନ ପଦ ପଦବି ନିମନ୍ତେ ନିର୍ବାଚନ ହୋଇଥିଲା l ଶ୍ରୀ ୟାଲା କୋଣ୍ଡା ବାବୁ ସଭାପତି ଓ ଜାନକୀରାମେୟା ସମ୍ପାଦକ ଭାବେ ନିର୍ବଚିତ ହୋଇଥିଲେ l ଗତ ଏକ ବର୍ଷ ଧରି ସଙ୍ଘ ର ଉନ୍ନତି ପାଇଁ ସଂଘ ର ସଭାପତି ସଙ୍ଘ କୁ ଆଗେଇ ନେଇଛନ୍ତି ବୋଲି ସଂଘ ର ସଭ୍ୟ ମାନେ କହିଛନ୍ତି l ବହୁ ଦିନ ଧରି ଟ୍ରକ ମାଲିକ ସଂଘ ର କାର୍ଯ୍ୟାଳୟ ସହର ର ଗୋଟିଏ ଗୋଷ୍ଠି ର କବଜାରେ ରହିଥିଲା l ବହୁବାଦ ବିବାଦ ପରେ ଏହି କାର୍ଯ୍ୟାଳୟ କୁ କୋଣ୍ଡା ବାବୁ ଟ୍ରକ ମାଲିକ ସଂଘ କୁ ଆଣିବାରେ ସମର୍ଥ ହୋଇପାରିଲେ l ଓ ସଙ୍ଘ ର ଆର୍ଥିକ ପରିସ୍ଥିତି ମଧ୍ୟ୍ୟ ଖୁବ ଭଲ ସ୍ଥିତି କୁ ଆଣିବାରେ ସକ୍ଷମ ହୋଇଥିଲେ l ଗତ ଏକ ବର୍ଷ ର ଉନତି କୁ ନେଇ ଗତ କାଲି ସଂଘ କାର୍ଯ୍ୟାଳୟ ଠାରେ ସଙ୍ଘ ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ପ୍ରଥମେ ସଂଘ ର ପ୍ରତିଷ୍ଠାତା ସ୍ବର୍ଗତ ଅଶୋକ ପାଣିଗ୍ରାହୀ ଙ୍କ ଫୋଟ ଚିତ୍ର ରେ କୋଣ୍ଡା ବାବୁ ଓ ସମସ୍ତ ସଦସ୍ୟ ପୁଷ୍ପା ମାଲ୍ୟ ଅର୍ପଣ କରିବା ସହିତ କେକ କାଟି ଅତିଆନନ୍ଦ ର ସହିତ ଉତ୍ସବ ପାଳନ କରିଥିଲେ l ମାଲିକ ଙ୍କ ଗାଡି କିପରି ସୁଚାର ରୂପେ ଚଳିବ ସେଥିପ୍ରତି ଦୃଷ୍ଟି ଦେଇ କାମ କରିବା ପାଇଁ ସମସ୍ତ ସଦସ୍ୟ ବକ ସହଯୋଗ କାମନା କରିଥିଲେ ସଭାପତି କୋଣ୍ଡା ବାବୁ l ସଂଘ ର ସମ୍ପାଦକ ଜାନକୀରାମେୟା ଙ୍କ ସମତେ ଅନ୍ୟ ସଦସ୍ୟ ମାନେ ଆଜିର କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ