November 17, 2024

ଦ୍ବାଦଶ ଦିବସରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଶ୍ରଦ୍ଧାଳୁଙ୍କ ଗହଣରେ ମା’ଙ୍କ ଘଟ ପରିକ୍ରମା , ରଙ୍ଗିନ୍ ଆଲୋକରେ ଝଲସୁଛି ସହର 

Share

ଦ୍ବାଦଶ ଦିବସରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଶ୍ରଦ୍ଧାଳୁଙ୍କ ଗହଣରେ ମା’ଙ୍କ ଘଟ ପରିକ୍ରମା , ରଙ୍ଗିନ୍ ଆଲୋକରେ ଝଲସୁଛି ସହର 

ବୁଗୁଡ଼ା : ତା ୦୭/୦୫/୨୩ : ସପ୍ତଦଶ ଦିବସୀୟ ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ଦ୍ବାଦଶ ଦିନରେ ପହଞ୍ଚିଥିବା ବେଳେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି ।

ମଦନ ମୋହନ ଛକଠାରୁ ହାଇସ୍କୁଲ ଛକ ଏବଂ ସେଠାରୁ ଶକ୍ତିନଗରସ୍ଥିତ ପ୍ରବେଶ ତୋରଣ ପର୍ଯ୍ୟନ୍ତ ଏବଂ ନୂଆଁ ସାହିର ଆଲୋକ ସଜ୍ଜିକରଣରେ ଲୋକଙ୍କ ଆଖି ଝଲସି ଯାଉଥିବା ବେଳେ ମୀନା ବଜାର ଏବଂ ବିଭିନ୍ନ ପ୍ରକାର ଖେଳର ମଜା ଲୋକେ ଉଠାଉ ଥିଲେ ।ସ୍ଥାନୀୟ ହାଇସ୍କୁଲ ଛକ ନିକଟରେ ମେଲୋଡି ନାଇଟ୍ କାର୍ଯ୍ୟକ୍ରମ ଅବସରରେ ଗାୟକ ଅଭିଜିତ୍ ମଜୁମଦାରଙ୍କ ମତୁଆଲା ଗୀତରେ ଲୋକେ ଝୁମିଥିଲେ । ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହେବା ସହ ସନ୍ଧ୍ୟାରେ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ମାନସିକଧାରୀ ମହିଳା ଅନିତା ପ୍ରଧାନ , ସଞ୍ଜୁ ସାହୁ , କୁନି ସେଠୀ , ବାସନ୍ତୀ ବରାଡ , ସଙ୍ଗୀତା ପୋଲେଇ ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଖଦାଳ ସାହି , ପୋଲସରା ରୋଡ , ମଦନ ମୋହନ ଛକ , ଷ୍ଟେଟ୍ ବ୍ୟାଙ୍କ ସାମନା ଗଳି , ସିମାଞ୍ଚଳ ମାର୍ଗ , ବଢେଇ ସାହି , ନୃସିଂହ ମନ୍ଦିର ସାହି , ବେତାରସିଂ ରୋଡ୍ , ସୋମନାଥ ମନ୍ଦିର ସାହି ଆଦି ପରିକ୍ରମା କରି ସ୍ବଆସ୍ଥାନକୁ ଫେରିଥିଲେ। ପରିକ୍ରମା କାଳରେ ଖଦାଳସାହିର ଅର୍ଦ୍ଧନାରୀଶ୍ଵର ମେଢ ଓ ନୂଆ ସାହିର ରାଧାକୃଷ୍ଣ ମେଢ ଲୋକାର୍ପିତ ହୋଇଥିଲା ବେଳେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହେବା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ଗହଳି ଜମିଥିଲା । ଜନ ଗହଳିକୁ ନିୟନ୍ତ୍ରଣ କରିବାରେ ପୋଲିସ ସେବା ଦେଖିବାକୁ ମିଳିଥିଲା ।