ଉମରକୋଟ ରେ ସ୍କୁଲ ପ୍ରବେଶ ଓ ଖଡିଛୁଆଁ କାର୍ଯ୍ୟକ୍ରମ ……..

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ)ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ଯାଇ ୦୨/୦୪/୨୦୨୫ ଠାରୁ ୦୫/୦୪/୨୦୨୫ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରେ ସ୍କୂଲ ପ୍ରବେଶ ଓ ଖଡି ଛୁଆଁ ଉତ୍ସବ ଆରମ୍ବ ହୋଇ ଯାଇଛି.ଏହି ଉତ୍ସବ ବିଦ୍ୟାଳୟ ମାନଙ୍କ ରେ ପାଳନ ହୋଇଥିବା ବେଳେ ଉମରକୋଟ ବ୍ଲକ ଅଧିନସ୍ଥ ସାନଭରଣ୍ଡି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବହୁ ଆଡମ୍ବର ସହ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଈ ଥିଲେ ମନ୍ତ୍ରୀ ପ୍ରତିନିଧି ଅଶୋକ ପାଢ଼ୀ ଓ ବରଣ୍ୟ ଅତିଥି ଭାବେ ସାଂସଦ ଙ୍କ ପ୍ରତିନିଧି ରାମ ନୟକ ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଉମରକୋଟ ଗୋଷ୍ଟିଶିକ୍ଷା ଅଧିକାର ଇଶ୍ଵର ମାଝୀ, ସମିତି ସଭ୍ୟ ଶ୍ରୀମତୀ ଗୌରୀ ମାଝୀ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ପୁରସ୍ତମ ମାଝୀ. ବିଦ୍ୟାଳୟ କମିଟିର ସଭାପତି ଶ୍ରୀ ଶଙ୍କର ଗଣ୍ଡ, ୱର୍ଡ ମେମ୍ବର ଶ୍ରୀମତି ନବିନା କୁମ୍ଭାର । ଏହି ଶିଶୁ ଵାଟିକାରେ ପାଞ୍ଚ ବର୍ଷ ରୁ ଛଅ ବର୍ଷର ବୟସ ର ଶିଶୁ ବାଟିକା ରେ ୧୯ ଜଣ ଓ ୧୪ ଜଣ ପ୍ରୋଥମ ଶ୍ରେଣୀରେ ବିଦ୍ୟାଳରେ ନାମ ଲେଖାଇଥିଲେ । ଏହି ଶିଶୁମାନଙ୍କୁ ଫୁଲ , ପୁଷ୍ପ ଦେଈ ବନ୍ଧାପନ କରି ଅତିଥି ମାନଙ୍କ ହାତରେ ଖଡ଼ି ଛୁଆଁ କାର୍ଯ୍ୟ କ୍ରମ କରାଯାଇଥିଲା । ଏହି ଵାଲଟିକା ଶିଶୁ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଲାଭ କରିବା ନିମନ୍ତେ ବିଭନ୍ନ ପ୍ରକାର ଶିକ୍ଷା ସାମଗ୍ରୀର ଏକ ଷ୍ଟଲ୍ ଓ ପଦର୍ଶନୀମେଳା ଆୟୋଜନ କରାଯାଇଥିଲା। ଏହିପରି ତିନୋଟି ଷ୍ଟଲ୍ ସାକ୍ଷରତା ଷ୍ଟଲ୍, ସଙ୍ଖ୍ୟା ଜ୍ଞାନ ଷ୍ଟଲ୍, ସୁଜନତ୍ମକ ଷ୍ଟଲ୍ ରେ ପ୍ରଦର୍ଶନ ମେଳା କୁ ଅତିଥି ମାନଙ୍କ ଦୂରା ଉଦ୍ଘାଟନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶିବ ସୁବେଦାର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୟ କରିଥିଲେ । ବାଲ୍ ବାଟିକା ତାଲିମ ପ୍ରାପ୍ତ ଶିକ୍ଷୟତ୍ରୀ ଆଦିତ୍ୟା ଶର୍ମାଙ୍କ ଦ୍ବାରା ଷ୍ଟଲ୍ ଗୁଡିକ ରେ ପ୍ରଦର୍ଶନ କରାଯାଇଥିବା ଶିକ୍ଷଣୀୟ ସାମଗ୍ରୀ କୁ ବୁଝାଇ ଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ କାଦମ୍ବିନୀ ସାମଲ, ଶ୍ରୀମତୀ ଦମୟନ୍ତୀ ଗୋଣ୍ଡ , ଶ୍ରୀମତୀ ଅପରାଜିତା ମହାନ୍ତି, କବିତା ପଣ୍ଡା, ରୋଜୀ ରୟ, ଶିକ୍ଷକ ରାଜେଶ କୁମାର ଜି, ଅନିରୁଦ୍ଧ ଠାକୁର, କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ। ଏହି କାର୍ଯ୍ୟ କ୍ରମରେ ଅଭିଭାବକ ସହ ବହୁ ବୁଦ୍ଧି ଜିବୀ ମାନେ ଯୋଗ ଦେଇଥିଲେ।