April 8, 2025

ଉମରକୋଟ ରେ ଭା ଜ ପା ର ପ୍ରତିଷ୍ଠା ଦିବସ ପାଳନ ……

Share

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାଜପା କାର୍ଯ୍ୟାଳୟ ଠାରେ ଆଜି ବି ଜେ ପି ର ପ୍ରତିଷ୍ଠାତା ଦିବସ ପାଳନ କରାଯାଇଛି

ସୂଚନା ଥାଉକି ୨୧ଅକ୍ଟୋବର ୧୯୫୧ମସିହା ରେ ପ୍ରଖର ରାଷ୍ଟ୍ରବାଦ ନେତା ଶ୍ୟାମା ପ୍ରସାଦ ମୁଖାର୍ଜୀ ଜବାହାରଲାଲ ନେହେରୁଙ୍କ ମନ୍ତ୍ରୀ ମଣ୍ଡଳ ତ୍ୟାଗକରି ଧର୍ମ ଓ ରାଷ୍ଟ୍ର ର ହିତ ଚିନ୍ତାରେ ଭାରତୀୟ ଜନସଂଘ ଦଳ ଗଢି ତାର ନେତୃତ୍ବ ନେଲେ, ଯାହା ପରବର୍ତୀ ସମୟରେ “ଭାରତୀୟ ଜନତା ପାର୍ଟି ” ନାମିତ କରାଗଲା । ୧୯୫୨ରେ ଜନସଂଘ ୩ଟି ଲୋକସଭା ଆସନ ହାସଲ କରିଥିଲା ୧୯୫୩ରେ ମୁଖାର୍ଜୀଙ୍କ ଜାମ୍ମୁ ଓ କାଶ୍ମୀ ର କାରାବାସ ରେ ରହସ୍ୟଜନକ ମୃତ୍ୟୁ ପରେ ପଣ୍ଡିତ ଦିନଦୟାଲ ଉପଧ୍ୟା ଜନସଂଘ ର ନେତୃତ୍ୱ ନେଇଥିଲେ ୧୯୬୭ରେ ଲୋକସଭା ରେ ୩୫ଟି ସିଟ ହାସଲ କରିଥିଲା ୧୯୭୭ରେ ଦେଶରେ ରାଜନୈତିକ ଅସ୍ତିରତା ଓ ଉତ୍ଥାନ ପତନ ପରେ ୧୯୮୦ମସିହା ଏପ୍ରିଲ ୬ତାରିଖ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପାୟି ଏବଂ ଲାଲ କୃଷ୍ଣ ଆଡବାନି ଙ୍କ ପ୍ରଚେଷ୍ଟାରେ ସମସ୍ତ କାର୍ଯ୍ୟକର୍ତା ଙ୍କ ଅଧିବେସନ ରେ ଦିଲ୍ଲୀ କଟଲା ମୋଇଦାନ ଠାରେ ଜନସଂଘ କୁ “ଭାରତୀୟ ଜନତା ପାର୍ଟି” ନାମିତ କରାଗଲା ଏଥିରେ ପ୍ରଥମ କରି ସ୍ବର୍ଗତ ବାଜପାୟି ଅଦ୍ଧକ୍ଷତା ଗ୍ରହଣ କରିଥିଲେ । ସେହି ଦିନ ଠାରୁ ପାର୍ଟି ପ୍ରତିଷ୍ଠା ଦିବସ ପାଳନ କରି ଆସୁଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ସଂମ୍ପାଦକ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ, ବିଧାନସଭା ସଂଯୋଜକ ଶୁରେସ ଆଚାର୍ଯ୍ୟ, ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ମନ୍ଦିରା ନାୟକ, ରାଜ୍ୟ ଏସଟି ମୋର୍ଚା ସଂମ୍ପାଦିକା ବାସନ୍ତୀ ମାଝୀ ସମସ୍ତ ନେତୃବୃନ୍ଦ ପ୍ରତିଷ୍ଠା ଦିବସ ବିଷୟରେ କହି କାର୍ଯ୍ୟକର୍ତା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଣ୍ଡଳ ସଭାପତି ସନ୍ତୋଷ ଶର୍ମା ସଭାପତିତ୍ବ କରିବା ସହ ପ୍ରଭାତ ନାୟକ ଏହି ମଞ୍ଚ ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମ ଶେଷରେ ଏହି ପ୍ରତିଷ୍ଠା ଦିବସ ରେ କିଛି ନୂଆ କାର୍ଯ୍ୟକର୍ତା ସୀମାଞ୍ଚଳ ବିଷୟି, ଶିବ ଶଙ୍କର ପତି, ବାଉରି ବନ୍ଧୁ ଗଲେରି, ଆରକମା ମଲ୍ଲିକ, ଅସିମ୍ ଦାସ ମହାଲି ନାୟକ ପ୍ରମୁଖ ବିଧିବଧ ଭାବେ ପ୍ରଥମ କରି ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିଲେ ।